କାଳବୈଶାଖିରେ ବ୍ୟାପକ କ୍ଷୟକ୍ଷତି

Published: May 24, 2022, 7:58 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ରେ ଗତକାଲି ରାତିରେ କାଳବୈଶାଖିରେ ଗାଁ ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଉଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଗତକାଲି ରାତି ୮ ଟାରେ ନାକଟିଦେଉଳ ବ୍ଲକ୍ ର ନାକଟିଦେଉଳ, ଗୋଧିଢ଼ିପ, ସରାପାଲି, କତରାପାଲି, ବାଟଗାଁ, ସାହେବୀ, ହିତସରା, ବଳମ୍, କିସିଣ୍ତା, ଗିରିଶ୍ଚନ୍ଦ୍ରପୁର, ଉପରମୁଣ୍ଡା ଆଦି ଗାଁ ମାନଙ୍କରେ କାଳବୈଶାଖି ଯୋଗୁଁ ଛପର ଉଡ଼ିଯିବା ସହ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। ସରାପାଲି ସରପଞ୍ଚ, ନାକଟିଦେଉଳ ସରପଞ୍ଚ କ୍ଷତିଗ୍ରସ୍ତ ପରିବାରକୁ ସାକ୍ଷାତକରି ସରକାରଙ୍କ ତରଫରୁ କ୍ଷତିପୁରଣ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ପବନର ବେଗ ଏତେ ପ୍ରଖର ଥିଲା ଯେ, ଘରର ଆଜବେଷ୍ଟସ୍ ଉଡ଼ାଇନେଇଛି। ବିଦ୍ୟୁତ୍ ସରୋବରାହ ଗତକାଲି ଠାରୁ ବନ୍ଦ ରହିଥିଲା। କିନ୍ତୁ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ୍ ବିଭାଗ, ଦମକଳବାହିନୀ ଗଛ ସବୁ କାଟିବା ପରେ ବିଦ୍ୟୁତ୍ ସରୋବରାହ ସ୍ବାଭାବିକ୍ ହୋଇଥିଲା।

Related posts