Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର ସମ୍ମେଳନ
ଆଞ୍ଚଳିକ

ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର ସମ୍ମେଳନ

May 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର ସମ୍ମେଳନ

ଭୁବନେଶ୍ୱର: ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର ସପ୍ତଦଶ ଦ୍ୱିବାର୍ଷିକ ସମ୍ମେଳନ ଆଜି ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପଜ୍ୱଳନ ପୂର୍ବକ ସମ୍ମେଳନର ଉଦ୍ଘାଟନ କରିଥିଲେ ।

ନିଜର ଉଦ୍ଘାଟନୀ ଅଭିଭାଷଣରେ ନିର୍ଦ୍ଦେଶକ ଶ୍ରୀ ମହାନ୍ତି କହିଥିଲେ ଯେ ବୃକ୍ଷ ରୋପଣ ଓ ତାହାର ଯତ୍ନ ଏକ ଶିକ୍ଷିତ ସମାଜର ପରିଚାୟକ । ଗୋଟିଏ ଅଟ୍ଟାଳିକାର ସାମ୍ନାରେ ଥିବା ସୁନ୍ଦର ବଗିଚା ସେହି ଅଟ୍ଟାଳିକାର ଗାରିମା ବୃଦ୍ଧି କରିଥାଏ । ଏହି କାର‌୍ୟ୍ୟ କରୁଥିବା ଲୋକର ସେବା ଅନେକ ମହତ ରଖେ । ବୃକ୍ଷପାଳନ ଓ ବଗିଚା ସୌନ୍ଦର‌୍ୟ୍ୟକରଣ ଆଦି କରୁଥିବା କର୍ମଚାରୀମାନଙ୍କ ସମସ୍ୟା ବିଷୟରେ ବିଭାଗ ସଚେତନ ଅଛନ୍ତି ଏବଂ ଏ ଦିଗରେ ସମୁଚିତ ପଦକ୍ଷେପ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି ମଧ୍ୟ ଶ୍ରୀ ମହାନ୍ତି ଆଶ୍ୱାସନା ଦେଇଥିଲେ ।

ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅତିରିକ୍ତ ମାହାଲ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କୁମାର ରାୟସର୍ଦ୍ଦାର କହିଥିଲେ ଯେ ସବୁଜିମା ଭିତ୍ତିକ ସୌନ୍ଦର‌୍ୟ୍ୟ ସୃଷ୍ଟି କରିବା ଏକ ସ୍ୱତନ୍ତ୍ର କଳା । ଗଛଟିକୁ ସଠିକ ଭାବେ ରୋପଣ କରିବା ଯତ୍ନନେବା, ବଢ଼ାଇବା ଏବଂ ବୃକ୍ଷମାନଙ୍କୁ ଉପଯୁକ୍ତଭାବେ ସ୍ଥାନିତ କରି ଏକ ବଗିଚାକୁ ମନୋରମ କରିବା କାର‌୍ୟ୍ୟ ବାସ୍ତବିକ ସର୍ବଦା ପ୍ରଶଂସନୀୟ । ବଗିଚା ପରିଚାଳକ ଏବଂ ବୃକ୍ଷ ପାଳକମାନଙ୍କ କାମ ସୌନ୍ଦର‌୍ୟ୍ୟ ସୃଷ୍ଟି ସହ ପ୍ରକୃତି ସଂରକ୍ଷଣରେ ସହାୟକ ହୋଇଥାଏ । ବିଭାଗ ତରଫରୁ ଆପଣମାନଙ୍କ ଯଥୋଚିତ ସମସ୍ୟାଗୁଡିକୁ ସରକାରଙ୍କ ନିକଟରେ ସଠିକ୍ଭାବେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ରାୟ ସର୍ଦ୍ଦାର ପ୍ରତିଶୃତି ଦେଇଥିଲେ ।

ଏହି ସମ୍ମେଳନରେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସାଗରିକା ହୋତା, ଅଣଗେଜେଟେଡ୍ କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସଂପାଦକ ବ୍ରଜ କିଶୋର ନଦ୍ଦ, ଅଣ ଗେଜେଟେଡ୍ କର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତ୍ତା ପ୍ରଶନ୍ନ ମିଶ୍ର, ସୁନନ୍ଦ କାନୁନ୍ଗୋ ପ୍ରମୁଖ ଯୋଗଦେଇ ବୃକ୍ଷପାଳକମାନଙ୍କର ସମସ୍ୟା ଏବଂ ସେସବୁର ସମାଧାନ ବିଷୟରେ ଆଲୋକପାତ କରିଥିଲେ ।

ସଂଘର ସଭାପତି କେ.ନରସିଂହ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିନିକିଆ ସମ୍ମେଳନରେ ସାଧାରଣ ସଂପାଦକ ହାଡିବନ୍ଧୁ ଦାସ ସଂଘର କାର‌୍ୟ୍ୟକଳାପ ଏବଂ ବୃକ୍ଷପାଳକମାନଙ୍କ ସମସ୍ୟା ବିଷୟ ଉପସ୍ଥାପନ କରି ଏସବୁର ସମାଧାନ ପାଇଁ ସରକାର ନିଶ୍ଚିତ ପଦକ୍ଷେପ ନେବେବୋଲି ଆଶା ପ୍ରକାଶ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ: ମହିଳା ଟ୍ରାପ୍ ସୁଟିଂରେ ନୀରୁ ଧଣ୍ଡା ଜିତିଲେ ପଦକ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.