ଓଡିଶା ଟେଲିକମ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ବିଦ୍ୟୁତ କୁମାର କାଣ୍ଡି

Published: Jun 5, 2022, 9:28 am IST

ଭୁବନେଶ୍ବର: ବିଜେପିର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡିଙ୍କୁ ନୂଆ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ବିଦ୍ୟୁତ କୁମାର କାଣ୍ଡିଙ୍କୁ କେନ୍ଦ୍ର ଦୂର ସଂଚାର ବିଭାଗର ଓଡିଶା ଟେଲିକମ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି କମିଟରେ ଆଉ ଦୁଇଜଣଙ୍କୁ ମଧ୍ୟ ସଦସ୍ୟ ଭାବେ ନିଆଯାଇଛି। ସେମାନେ ହେଲ ମନ୍ମଥ ମଲ୍ଲିକ ଏବଂ ନିଶିକାନ୍ତ ନାୟକ।

ଏହି କମିଟିର ସଦସ୍ୟ ହେବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସରକାରଙ୍କୁ ଚିଠି କରି ସୁପାରିଶ କରିଥିଲେ। ଏହାକୁ ଦୂରସଞ୍ଚାର ବିଭାଗର ସ୍ବୀକୃତି ପ୍ରଦାନ କରିଛନ୍ତି।

ଏହି କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆଶୀର୍ବାଦରୁ ଆମେ ଏହି ଦାୟିତ୍ଵ ପାଇଛୁ ବୋଲି ବିଦ୍ୟୁତ କୁମାର କାଣ୍ଡି କହିଛନ୍ତି। ସାଂସଦଙ୍କୁ ଧନ୍ୟବାଦ ଦେବା ସହ ମିଳିଥିବା ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ କାଣ୍ଡି କହିଛନ୍ତି।

Related posts