Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»“ଦି ବ୍ଲଡ ଡ଼ୋନୋର୍ସ ଓଡ଼ିଶା”କୁ ସମ୍ମାନିତ କଲା କଟକସ୍ଥିତ କେନ୍ଦ୍ରୀୟ ରେଡ କ୍ରସ ବ୍ଲଡ ବ୍ୟାଙ୍କ
ଆଞ୍ଚଳିକ

“ଦି ବ୍ଲଡ ଡ଼ୋନୋର୍ସ ଓଡ଼ିଶା”କୁ ସମ୍ମାନିତ କଲା କଟକସ୍ଥିତ କେନ୍ଦ୍ରୀୟ ରେଡ କ୍ରସ ବ୍ଲଡ ବ୍ୟାଙ୍କ

June 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଆଜି ବିଶ୍ଵ ରକ୍ତ ଦିବସ। ଏହି ଅବସରରେ କେନ୍ଦ୍ରୀୟ ରେଡ କ୍ରସ ବ୍ଲଡ ବ୍ୟାଙ୍କ, କଟକ ପକ୍ଷରୁ ୨୦୨୧-୨୦୨୨ ମସିହା “ଦି ବ୍ଲଡ ଡ଼ୋନୋର୍ସ ଓଡ଼ିଶା” କୁ ସମ୍ମାନିତ କରାଯାଇଛି। ଆଶା ତିିତ ରକ୍ତଦାନ ଶିବିର ଓ ରକ୍ତ ସଂଗ୍ରହ କରିଥିବାରୁ ଉକ୍ତ ସଂଗଠନଙ୍କୁ ସମ୍ମାନିତ କରାଯାଇଛି। “ଦି ବ୍ଲଡ ଡ଼ୋନୋର୍ସ ଓଡ଼ିଶା” ର ପ୍ରତିଷ୍ଠାତା ସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ସଂଯୋଜକ ରଞ୍ଜନ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗରେ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ ଦିନ ଶ୍ରୀ ମହାପାତ୍ରଙ୍କ ଦ୍ଵାରା “ଦି ବ୍ଲଡ଼୍ ଡ଼ୋନର୍ସ, ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲା। ସମାଜରେ କୌଣସି ରୋଗୀ ଯେପରି ରକ୍ତ ଅଭାବର ସମ୍ମୁଖୀନ ହେବେ ନାହିଁ, ଏହି ସଂଗଠନର ମୂଳ ଉଦ୍ଦେଶ୍ୟ। ଏହି ସଂଗଠନର ସଦସ୍ୟମାନଙ୍କ ଦ୍ଵାରା ରକ୍ତଦାନ କରିବା ସହ କେଉଁ ମାନେ ରକ୍ତଦାନ କରିପାରିବେ, ରକ୍ତଦାନ କଲେ କି ଉପକାର ମିଳେ, ସେସବୁକୁ ଜନସାଧାରଣଙ୍କୁ ବୁଝାଇ ରକ୍ତଦାନ କରିବାକୁ ଉତ୍ସାହିତ କରିଥାନ୍ତି।

ମହାମାରୀ କରୋନା ସମୟରେ ଏହି ସଂଗଠନ ଆଗକୁ ଆସି ରକ୍ତଦାନ କରି ଅନେକଙ୍କୁ ସାହାଯ୍ୟ କରିଛି। ଆଜି ପର୍ଯ୍ୟନ୍ତ ଏହି ସଂଗଠନ ୧୦୨୫ ୟୁନିଟ୍ ବ୍ଲଡ଼ ସଂଗ୍ରହ କରିଛି। ଏବଂ ସଂଗଠନର ପ୍ରତିଷ୍ଠାତା ସଭାପତି ରଞ୍ଜନ କୁମାର ମହାପାତ୍ର ନିଜେ ୨୧ ଥର ରକ୍ତଦାନ କରିଛନ୍ତି। ଏହି ସଂଗଠନ ୨୫ ଥର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରିପାରିଛି।

ତେଣୁ ବହୁତ କମ ଦିନରେ ଉକ୍ତ ସଂଗଠନ ସମାଜ ପାଇଁ ଭଲ କାର୍ଯ୍ୟ କରୁଥିବାରୁ କେନ୍ଦ୍ରୀୟ ରେଡ କ୍ରସ ବ୍ଲଡ ବ୍ୟାଙ୍କ କଟକ ପକ୍ଷରୁ ଆଜି ସମ୍ମାନିତ କରାଯାଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଡକ୍ରସ ବ୍ଲଡ ବ୍ୟାଙ୍କ, କଟକ ନିର୍ଦ୍ଦେଶକ ଚନ୍ଦ୍ର ପ୍ରସାଦ ଦାସ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ମୁଖ୍ୟ ବକ୍ତା ଭାବେ ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକ, କଟକ ସିଡିଏମଓ ତଥା ଡିପିଏଚଓ ଏସବି ଛୋଟ୍ଟରାୟ, ଅଭିନେତା ସବ୍ୟସାଚୀ ମିଶ୍ର ଆଦି ଉପସ୍ଥିତ ଥିଲେ।

କଟକ
Share. Facebook Twitter LinkedIn Email WhatsApp Copy Link

Related Posts

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026
Latest News

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.