Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସମ୍ବଲପୁର ପୋଲିସ ଦ୍ବାରା ରେଢ଼ାଖୋଲ ଥାନାରେ ରକ୍ତଦାନ ଶିବିର, ୧୦୮ ୟୁନିଟ ରକ୍ତ ସଂଗ୍ରହ
ଆଞ୍ଚଳିକ

ସମ୍ବଲପୁର ପୋଲିସ ଦ୍ବାରା ରେଢ଼ାଖୋଲ ଥାନାରେ ରକ୍ତଦାନ ଶିବିର, ୧୦୮ ୟୁନିଟ ରକ୍ତ ସଂଗ୍ରହ

June 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ରେଢ଼ାଖୋଲ: ରେଢାଖୋଲ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଏସ ଡି ପି ଓ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଳେ ଡାକ୍ତର ଜଳନ୍ଧର ମେହେର, ଏନ୍ଏସି ଚେଏୟାରମେନ ଶିବରାମ ସାହୁ, ଆଇ ଆଇ ସି ସୁରୁବାବୁ ଛତ୍ରିଆ, ଏସ ଆଇ ସଞ୍ଜୟ କୁଳୁ, ବ୍ଲକ ଚେଆରମେନ୍ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରରେ ୧୦୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କର୍ମଦେବ ପଟେଲ, ତାପସ ନାୟକ, ରଜତ ସାହୁ, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ମନୋରମା ଧଳ, ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା।

ଏହି ରକ୍ତଦାନ ଶିବିରରେ ମହିଳାମାନେ ଉତ୍ସାହ ସହକାରେ ରକ୍ତଦାନ କରିଛନ୍ତି। ରେଢାଖୋଲ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରକୁ ସ୍ଥାନୀୟ ଲୋକ ସହଯୋଗ କରିଥିଲେ। ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜ ନନ୍ଦ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶ୍ଵିନୀ ପ୍ରଧାନ, ଅମରେଶ ନାୟକ, ବୁଲୁ ସାହୁ, ମାନସ ପ୍ରଧାନ, ନନ୍ଦୁ ମିରି, ପ୍ରକାଶ ମୁଖି, ଉଦୟ ନାୟକ, ନରେନ୍ଦ୍ର ଦେଓ, ସୁଦର୍ଶନ ସାହୁ, ବିଦ୍ୟାଧର ସାହୁ, ଉଷାରାଣୀ ସାହୁ, ମୋନିକା ବେହେରା, ସୁଧମୟୀ ପୁରୋହିତ ଏବଂ ନୟନ ସିଂହ ସହଯୋଗ କରିଛନ୍ତି।

ରକ୍ତଦାନ ଶିବିର ରେଢ଼ାଖୋଲ ଥାନା ସମ୍ବଲପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଇକେଲ ସଚେତନତା ରାଲି

January 26, 2026

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

January 24, 2026
Latest News

‘ଖଡଗେ ଅଧ୍ୟକ୍ଷ, କିନ୍ତୁ ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସ ଦଳର ମାଲିକ’: ଶକୀଲ ଅହମ୍ମଦ

January 27, 2026

RCBର ବଢିଲା ସମସ୍ୟା: ମୁମ୍ବାଇ ଇଣ୍ଡିଆନ୍ସର ବିଶାଳ ବିଜୟ ପଏଣ୍ଟ ଟେବୁଲକୁ କଲା ଅଧିକ ଆକର୍ଷଣୀୟ 

January 27, 2026

‘T20 ବିଶ୍ୱକପ ଉପରେ ବାଂଲାଦେଶକୁ ଭ୍ରମିତ କରାଯାଉଛି’: ପାକିସ୍ତାନକୁ ଟାର୍ଗେଟ କଲା ବିସିସିଆଇ

January 27, 2026

ଟ୍ରମ୍ପଙ୍କୁ ଝଟକା ଦେବେ କାନାଡା ପ୍ରଧାନମନ୍ତ୍ରୀ!: ଖୁବ୍ ଶୀଘ୍ର ଭାରତ ସହ କରିବେ ବଡ଼ ଚୁକ୍ତି

January 27, 2026

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.