ସମ୍ବଲପୁର ପୋଲିସ ଦ୍ବାରା ରେଢ଼ାଖୋଲ ଥାନାରେ ରକ୍ତଦାନ ଶିବିର, ୧୦୮ ୟୁନିଟ ରକ୍ତ ସଂଗ୍ରହ

Published: Jun 22, 2022, 10:52 pm IST

ସୀତାରାମ ଅଗ୍ରୱାଲ
ରେଢ଼ାଖୋଲ: ରେଢାଖୋଲ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଏସ ଡି ପି ଓ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଳେ ଡାକ୍ତର ଜଳନ୍ଧର ମେହେର, ଏନ୍ଏସି ଚେଏୟାରମେନ ଶିବରାମ ସାହୁ, ଆଇ ଆଇ ସି ସୁରୁବାବୁ ଛତ୍ରିଆ, ଏସ ଆଇ ସଞ୍ଜୟ କୁଳୁ, ବ୍ଲକ ଚେଆରମେନ୍ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରରେ ୧୦୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କର୍ମଦେବ ପଟେଲ, ତାପସ ନାୟକ, ରଜତ ସାହୁ, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ମନୋରମା ଧଳ, ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା।

ଏହି ରକ୍ତଦାନ ଶିବିରରେ ମହିଳାମାନେ ଉତ୍ସାହ ସହକାରେ ରକ୍ତଦାନ କରିଛନ୍ତି। ରେଢାଖୋଲ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରକୁ ସ୍ଥାନୀୟ ଲୋକ ସହଯୋଗ କରିଥିଲେ। ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜ ନନ୍ଦ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶ୍ଵିନୀ ପ୍ରଧାନ, ଅମରେଶ ନାୟକ, ବୁଲୁ ସାହୁ, ମାନସ ପ୍ରଧାନ, ନନ୍ଦୁ ମିରି, ପ୍ରକାଶ ମୁଖି, ଉଦୟ ନାୟକ, ନରେନ୍ଦ୍ର ଦେଓ, ସୁଦର୍ଶନ ସାହୁ, ବିଦ୍ୟାଧର ସାହୁ, ଉଷାରାଣୀ ସାହୁ, ମୋନିକା ବେହେରା, ସୁଧମୟୀ ପୁରୋହିତ ଏବଂ ନୟନ ସିଂହ ସହଯୋଗ କରିଛନ୍ତି।

Related posts