ଭୁଆବନେଶ୍ବର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା। ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା। କିଛି ସ୍ଥାନରେ ୪୫ ଡିଗ୍ରୀ ଡେଇଁପାରେ ତାପମାତ୍ରା। ଝାରସୁଗୁଡ଼ାରୁ ବଲାଙ୍ଗିର ଯାଏଁ ସମସ୍ତ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ। ଆଜି ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ। ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ତାତି ୪୨ ଡିଗ୍ରୀ ଉପରେ ରହିପାରେ। ତେବେ ଉପୂକଳ ଓ ଦକ୍ଷିଣ ଓଡ଼ିଶାରେ ତାତି ସାମାନ୍ୟ କମ୍ ରହିବ। ହେଲେ ଗରମ ଓ ଗୁଳୁଗୁଳି କଲବଲ କରିବ। ରାଜ୍ୟର ପ୍ରବଳ ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ବହୁ ଜିଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବାବେଳେ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ କରାଯାଇଛି ।


