Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଦାରେ ପଡ଼ିଲା ନେତା ଓ ପ୍ରଶାସନର ପାରିବାପଣିଆ: ଜଳାଶୟ ପାଲଟିଲା ବାଣପୁର ମୁଖ୍ୟ ରାସ୍ତା
ଆଞ୍ଚଳିକ

ପଦାରେ ପଡ଼ିଲା ନେତା ଓ ପ୍ରଶାସନର ପାରିବାପଣିଆ: ଜଳାଶୟ ପାଲଟିଲା ବାଣପୁର ମୁଖ୍ୟ ରାସ୍ତା

July 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ସମସ୍ୟା ପିଛା ଛାଡ଼ୁନି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି। ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି। ସହରର ଜଳବନ୍ଦୀ ବର୍ତ୍ତମାନ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ତାହା କାହାକୁ ନଦିଶିବା ସହଜରେ ହଜମ ହେଉନି।

ସହରର ବିଧାରପୁର ଛକରେ ପୁନଶ୍ଚ ଜଳ ଲହଡ଼ି ମାରୁଛି। ଅସରାଏ ବର୍ଷା ହେଲେ ସେଠାରେ ଫୁଟେ ଉଚ୍ଚର ପାଣି ଜମୁଛି କିନ୍ତୁ ପ୍ରଶାସନ ଓ ଏନଏସି ଅଧ୍ୟକ୍ଷ ନିରବଦ୍ରଷ୍ଟା। ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି।

ବାରମ୍ବାର ଗଣମାଧ୍ୟମରେ ଖବର ବାଜିବା ପରେ ଗତ ବର୍ଷ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷାଜଳ ନିଷ୍କାସନ ନିମନ୍ତେ ବିଧାରପୁର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରେନକୁ ପୁଣି ସ୍ଥାନୀୟ ବାସିନ୍ଦାମାନେ ନିଜ ସ୍ୱାର୍ଥଲାଗି ପୋତିଦେଲେଣି। ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ଉକ୍ତ ୨୮୦ ମିଟର ଲମ୍ବ ଅସ୍ଥାୟୀ ଡ୍ରେନର ବଜେଟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

https://thesamikhsya.com/odia/wp-content/uploads/2022/07/WhatsApp-Video-2022-07-11-at-9.13.38-PM.mp4

କିନ୍ତୁ ପୂର୍ତ୍ତବିଭାଗର ଏଥିପ୍ରତି ନିଘା ନାହିଁ। ଲକ୍ଷାଧିକ ଟଙ୍କାର କାର୍ଯ୍ୟ ହୋଇ ମଧ୍ୟ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଲାଗି ପୁନଶ୍ଚ ଅସ୍ଥାୟୀ ଡ୍ରେନ ପୋତିହୋଇଯାଇଛି। କିନ୍ତୁ ପୂର୍ତ୍ତବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ। ଅନୁରୂପ ଭାବେ ଏ ନେଇ ଏପ୍ରିଲ ୧୬ ତାରିଖରେ ‘ସମୀକ୍ଷା’ ରେ ଖବର ପ୍ରସାରଣ କରାଗଲା ପରେ ଏପ୍ରିଲ ୧୯ ରେ ଏନଏସି ଅଧ୍ୟକ୍ଷ ଉକ୍ତ ସ୍ଥାନ ପରିଭ୍ରମଣ କରିବା ସହ ଡ୍ରେନେଜ ପୁନଃରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଥିବାର ଫୋଟୋ ସାମାଜିକ ଗଣମାଧ୍ୟମରେ ତାଙ୍କ ସମର୍ଥକଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବାର ଦେଖିବାକୁ ମିଳିଥିଲା।

ତେବେ ତାହା ଏକ ଧୂଆଁ ବାଣ ପରି ସଦୃଶ ହେଲା। ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ଉକ୍ତ ସ୍ଥାନରେ ପୁନଶ୍ଚ ଫୁଟେ ଫୁଟେ ପାଣି ଜମିଛି। କିନ୍ତୁ କାହାର ଏଥିପ୍ରତି ନଜର ନାଇଁ।  ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଚେଷ୍ଟାରେ ବାଣପୁରରେ ଡ୍ରେନେଜ ପାଇଁ ପ୍ରାଥମିକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବର୍ତ୍ତମାନ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ଉକ୍ତ ପ୍ରକଳ୍ପ ପୁନଶ୍ଚ ଶୀତଳ ବାକ୍ସରେ ପଡ଼ିରହିଛି।

ନୂତନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ତାମିଲନାଡୁରେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ?: ମୁଖ୍ୟମନ୍ତ୍ରୀ ବିଜୟ କହିଲେ…

August 12, 2026

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.