କାର୍ଯ୍ୟରେ ଯୋଗ ଦେଲେ ବାଲୁଗାଁ ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ସ୍ୱପ୍ନା ରାଣୀ ପାଢ଼ୀ

Published: Jul 28, 2022, 6:44 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଭାବେ ସ୍ୱପ୍ନା ରାଣୀ ପାଢ଼ୀ ଯୋଗଦେଇଛନ୍ତି। ଶ୍ରୀମତି ପାଢ଼ୀ ଏହାପୂର୍ବରୁ କଟକ ମହାନଗର ନିଗମରେ କମ୍ୟୁନିଟି ଅର୍ଗାନାଇଜର ଭାବେ କାର୍ଯ୍ୟରତ ଥିଲେ। ତେବେ ଆଜି ଶ୍ରୀମତୀ ପାଢ଼ୀ କାର୍ଯ୍ୟରେ ଯୋଗଦାନ କରିବା ପରେ ଏନଏସି ର ସମସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଦାଇତ୍ୱ ଗ୍ରହଣ କରିବା ସହ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା, ଡ୍ରେନେଜ ବ୍ୟବସ୍ଥା ଏବଂ ସୌନ୍ଦର୍ଯ୍ୟ କରଣ ଆଦି ମୁଖ୍ୟ ପ୍ରାଥମିକତା ରହିବ ବୋଲି କହିଛନ୍ତି। ଅନୁରୂପ ଭାବେ ୨୦୦୯ ଫେବ୍ରୁଆରୀ ଠାରୁ ୨୦୧୦ ଅପ୍ରେଲ ପର୍ଯ୍ୟନ୍ତ ମଧ୍ୟ ବାଲୁଗାଁ ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଭାବେ ଶ୍ରୀମତୀ ପାଢ଼ୀ ପୁର୍ବରୁ କାର୍ଯ୍ୟରତ ଥିଲେ, ଯାହାଫଳରେ ସେ ଉକ୍ତ ଅଞ୍ଚଳ ବିଷୟରେ ସମ୍ପୂର୍ଣ୍ଣ ଭାବେ ପରିଚିତ ବୋଲି କହିଛନ୍ତି।

କାର୍ଯ୍ୟରେ ଯୋଗଦାନ ପରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ଏନ୍ଏସି ର ସମସ୍ତ କର୍ମଚାରୀ,ଅଧ୍ୟକ୍ଷା ,ଉପାଧ୍ୟକ୍ଷ ଏବଂ କାଉନସିଲର ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୂଚନା ଥାଉକି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତକାଲି ଏକ ବଦଳି ନିର୍ଦେଶନାମା ଜାରି କରାଯାଇଥିଲା ଯେଉଁଥିରେ ଶ୍ରୀମତୀ ସ୍ୱପ୍ନା ରାଣୀ ପାଢ଼ୀଙ୍କୁ ବାଲୁଗାଁ ଏନଏସି ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଦାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ନବରଙ୍ଗପୁର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

Related posts