ବାଣପୁର-ବାଲୁଗାଁ ବାଇପାସରେ ଓଲଟିଲା ଫ୍ଲିପକାର୍ଟ କୋରିଅର ଗାଡି, ଚାଳକ ଗୁରୁତର

Published: Nov 5, 2022, 1:30 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ଖଲିକୋଟରୁ ଫ୍ଲିପକାର୍ଟ କୋରିଅର ସମାନ ନେଇ ଏକ ଗାଡ଼ି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳକୁ ଯାଉଥିବା ବେଳେ ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡ଼ିହ ବାଇପାସରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା।

ଉକ୍ତ ଦୁର୍ଘଟଣାରେ କଟକ ସାଲେପୁର ଅଞ୍ଚଳର ଗାଡ଼ିଚାଳକ ସୁଶାନ୍ତ ଦାସ (୪୦) ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Related posts