Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା
ଆଞ୍ଚଳିକ

ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା

November 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପଥରକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସୂଚନା ମୁତାବକ ପଥରକଟା ଗ୍ରାମର ନୀଳକଣ୍ଠ ଭୋଳଙ୍କ ଝିଅ କଣ୍ଢେଇ ଭୋଳ ଟାଙ୍ଗୀ ଥାନା ଆଡିଆପଡ଼ା ଗ୍ରାମର ପୂର୍ଣ୍ଣ ପରିଡ଼ାଙ୍କ ପୁତ୍ର ଚନ୍ଦନ ପରିଡ଼ାଙ୍କୁ ଏକ ବର୍ଷ ପୂର୍ବେ ବିବାହ କରିଥିଲେ।

ତେବେ କଣ୍ଢେଇଙ୍କ ସ୍ୱାମୀ ବିଦେଶରେ କାମ ପାଇଁ ଯିବା ପରେ ଦୀର୍ଘ ତିନି ମାସ ହେବ କଣ୍ଢେଇ ନିଜ ବାପ ଘର ପଥରକଟା ରେ ରହୁଥିଲେ। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣବଶତଃ କଣ୍ଢେଇ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ପରିବାରବର୍ଗ ଏ ନେଇ ଜାଣିବା ପରେ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଓ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର 33/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ବାଣପୁର ଥାନା ସୀତାରାମ ଅଗ୍ରୱାଲା
Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025
Latest News

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

October 21, 2025

‘ବିଶ୍ୱକପ୍ ଜିତିବାକୁ ଚାହୁଁଥିଲେ, ଗମ୍ଭୀର, ଅଗରକରଙ୍କୁ ହଟାଅ…’: ସିଦ୍ଧୁଙ୍କ ଭାଇରାଲ ପୋଷ୍ଟରେ ବଢିଲା ବିବାଦ

October 21, 2025

ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଙ୍ଘର କାର୍ମଶାଳାରେ ଯୋଗ ଦେଲେ ଅପରାଜିତା ଷଡଙ୍ଗୀ

October 21, 2025

ନୂଆପଡା ବିଧାନସଭା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୭ ପ୍ରାର୍ଥୀ

October 21, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ, ଜାଣନ୍ତୁ ଏବେ ରହିଲେ କେତେ ପ୍ରାର୍ଥୀ?

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.