Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ମହାଲକ୍ଷ୍ମୀ ଜନ ଆଶୀର୍ବାଦ ରଥକୁ ଅଗ୍ରୱାଲ ସମାଜ ପକ୍ଷରୁ ଭବ୍ୟ ସ୍ୱାଗତ
ଆଞ୍ଚଳିକ

ବାଣପୁରରେ ମହାଲକ୍ଷ୍ମୀ ଜନ ଆଶୀର୍ବାଦ ରଥକୁ ଅଗ୍ରୱାଲ ସମାଜ ପକ୍ଷରୁ ଭବ୍ୟ ସ୍ୱାଗତ

November 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ସାମାଜିକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୋପାଳ ଶରଣ ଗର୍ଗଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଭଗବାନ ଅଗ୍ରସେନଙ୍କ ପବିତ୍ର ଭୂମି ଅଗ୍ରୋହା ଶକ୍ତିପିଠରୁ ଆରମ୍ଭ ହୋଇଥିବା ‘କୁଳଦେବୀ ଆଦ୍ୟ ମହାଲକ୍ଷ୍ମୀ ଜନ ଆଶୀର୍ବାଦ ରଥଯାତ୍ରା’ ସାରା ଭାରତବର୍ଷରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ସମୁଦାୟ ୧୮ ଗୋଟି ରଥ ସାରା ଦେଶ ଭ୍ରମଣ କରିବା ସହ ପ୍ରତ୍ୟେକ ସ୍ଥାନର ଅଗ୍ରୱାଲ ପରିବାରବର୍ଗଙ୍କ ସହ ସମ୍ପର୍କ ସ୍ଥାପନ କରୁଛି।

ସାରା ଦେଶରେ ଅଗ୍ରୱାଲ ସମାଜଙ୍କୁ ଏକାଠି କରିବା ଉକ୍ତ ରଥଯାତ୍ରାର ଉଦ୍ଦେଶ୍ୟ। ଅଗ୍ରୋହା ଶକ୍ତିପିଠରେ କୁଳଦେବୀ ଆଦ୍ୟ ମହାଲକ୍ଷ୍ମୀ ଏବଂ ଅଷ୍ଟଲକ୍ଷ୍ମୀଙ୍କ ଏକ ବିଶାଳ ଭବ୍ୟ ମନ୍ଦିର ବର୍ତ୍ତମାନ ନିର୍ମାଣଧୀନ ଥିବାବେଳେ ଏଥି ନିମନ୍ତେ ସହଯୋଗ ପାଇଁ ଦେଶର ପାଖାପାଖି ଏକ କୋଟି ଅଗ୍ରୱାଲ ପରିବାରଙ୍କ ସହ ସମ୍ପର୍କ ସ୍ଥାପନ କରିବା ଉକ୍ତ ରଥଯାତ୍ରାର ମୂଳ ଲକ୍ଷ୍ୟ।

ଏହି ପରିପ୍ରେକ୍ଷୀରେ ଆଜି ଏକ ରଥ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ବଜାର ସାହିର ଲକ୍ଷ୍ମୀ ମନ୍ଦିର ନିକଟରେ ପହଞ୍ଚିଥିଲା। ବାଣପୁରର ଅଗ୍ରୱାଲ ସମାଜ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ରଥରେ ବିରାଜମାନ ଥିବା ମା’ ଲକ୍ଷ୍ମୀଙ୍କ ପ୍ରତିମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

ବାଣପୁର ସହରର ମାରୱାଡି ସମ୍ପ୍ରଦାୟର ସମସ୍ତ ବ୍ୟକ୍ତିବିଶେଷମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ କିଛି ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉପସ୍ଥିତ ଥିଲେ। କୁଳଦେବୀ ଆଦ୍ୟ ମହାଲକ୍ଷ୍ମୀ ଏବଂ ଅଷ୍ଟଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ପରିବାର କିଛି କିଛି ରାଶି ସହଯୋଗ କରିଥିବା ବେଳେ ପରିଶେଷରେ ଉକ୍ତ ରଥକୁ ସମଗ୍ର ବାଣପୁର ସହରରେ ପରିକ୍ରମା କରାଯାଇଥିଲା। ଏହାପରେ ରଥଟି ବାଣପୁରରୁ ବିଦାୟ ନେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025
Latest News

ଦୀପାବଳିରେ ମା’ କାଳୀଙ୍କୁ କାହିଁକି ପୂଜା କରାଯାଏ, ଜାଣନ୍ତୁ

October 19, 2025

ଆମେ ଘରେ କଣ ପାଇଁ ଦୀପ ଜାଳୁ, କଣ ରହିଛି ଏହାର ନିୟମ, ଜାଣନ୍ତୁ

October 19, 2025

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 19, 2025

ଭାଇଚାରା ବାର୍ତ୍ତା ସହ ଦୀପାବଳିରେ ପ୍ରଥମ ଥର ଓଡ଼ିଶା ପାଳିବ ‘ଗାଁ ଦିବସ’

October 19, 2025

ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.