ଚାନ୍ଦପୁର ଟେଣ୍ଟ ହାଉସରେ ଲାଗିଲା ନିଆଁ, ପୋଡିଗଲା ଲକ୍ଷାଧିକ ଟଙ୍କାର ସଂପତ୍ତି

Published: Feb 5, 2023, 10:55 am IST
Chandpur

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଏକ ଟେଣ୍ଟ ହାଉସ୍ ଘରେ ନିଆଁ ଲାଗିଯିବାରୁ ପାଖାପାଖି କୋଟିଏ ଟଙ୍କାର ଅସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାର ଜଣାପଡିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କନ୍ଧ ନୟାଗଡ଼ ଗ୍ରାମରେ ଥିବା ମା ତାରିଣୀ ଟେଣ୍ଟ ହାଉସ ରେ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଟେଣ୍ଟ ହାଉସ ର ସାଉଣ୍ଡ, ଲାଇଟ, ହଣ୍ଡାହାଣ୍ଡି, ଚେୟାର, ଦୁଇ ଗୋଟି ବାଇକ ଏବଂ ଗୋଟିଏ ଟାଟା ଏସି ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଟାଙ୍ଗୀ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସବୁ କିଛ ସ୍ୱାହା ହୋଇ ଯାଇଥିଲା।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ଅସବାବପତ୍ର ପୋଡ଼ିଯାଇଥିବାର ଟେଣ୍ଟ ହାଉସ ମାଲିକ ବଳଭଦ୍ର ପ୍ରଧାନ କହିଛନ୍ତି ।

Related posts