Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଝିଅ ଶତାଦ୍ଧୀ ନନ୍ଦଙ୍କ ବଡ ସଫଳତା: ‘ନିଟ୍’ ପକ୍ଷରୁ ମିଳିଲା ସ୍ବର୍ଣ୍ଣ ପଦକ
ଆଞ୍ଚଳିକ

ବାଣପୁର ଝିଅ ଶତାଦ୍ଧୀ ନନ୍ଦଙ୍କ ବଡ ସଫଳତା: ‘ନିଟ୍’ ପକ୍ଷରୁ ମିଳିଲା ସ୍ବର୍ଣ୍ଣ ପଦକ

February 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଜଣେ ବାଣପୁର ଝିଅ ବଡ ସଫଳତା ହାସଲ କରିଛନ୍ତି। ଏଥର ରାଉରକେଲା ନିଟ୍ ରେ ଅନୁଷ୍ଠିତ ହୋଇଥିବା ୨୦ ତମ ସମାବର୍ତ୍ତନ ଉତ୍ସବ ୨୦୨୨ ରେ ଜଣେ ବାଣପୁର ଝିଅ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବାଣପୁର ବ୍ଲକ ଭୀମପୁର ଗ୍ରାମରେ ଜନ୍ମିତ କୁମାରୀ ଶତାଦ୍ଧୀ ନନ୍ଦ ବାୟୋଟେକ୍ନୋଲୋଜି ଶାଖାରେ ସର୍ବୋଚ୍ଚ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଯାହାଫଳରେ ନିଟ୍ ସଂସ୍ଥା ପକ୍ଷରୁ ତାଙ୍କୁ ସ୍ବର୍ଣ୍ଣ ପଦକ ସମେତ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।

ଏକ ବାର୍ଣ୍ଣାଢ୍ୟ ଉତ୍ସବରେ କୁମାରୀ ନନ୍ଦଙ୍କୁ ସେଲର (SAIL) ଅଧ୍ୟକ୍ଷ ସୋମା ମଣ୍ଡଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କୁମାରୀ ନନ୍ଦ ଏଥି ପୂର୍ବରୁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିବାବେଳେ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାରେ ଓଡ଼ିଶାର ସମସ୍ତ ନବୋଦୟ ବିଦ୍ୟାଳୟ ମଧ୍ୟରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ସହିତ ସେହି ନବୋଦୟରେ ଦ୍ଵାଦଶ ପରୀକ୍ଷାରେ (+୨) ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ନବୋଦୟ ସମିତି ପକ୍ଷରୁ ସମ୍ମାନିତ ହୋଇଥିଲେ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି କୁମାରୀ ନନ୍ଦ ସ୍କୁଲ ସମୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥା ଦ୍ଵାରା କରାଯାଉଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଆସିଛନ୍ତି। ଯାହାକୁ ନେଇ ବାଣପୁରବାସୀ ଗର୍ବିତ।

କୁମାରୀ ନନ୍ଦ ବାଣପୁର ନିକଟସ୍ଥ ଭୀମପୁର ଗ୍ରାମ ନିବାସି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ବିଭୁତି ଭୂଷଣ ନନ୍ଦ ଓ ବାନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ କଳ୍ପଲତା ମହାପାତ୍ରଙ୍କର ଏକ ମାତ୍ର କନ୍ୟା।

ଶତାଦ୍ଧୀ ତାଙ୍କର ଏହି ସଫଳତା ପାଇଁ ପ୍ରଭୁକୃପା ସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗୁରୁଜନ ମାନଙ୍କର ଆଶୀର୍ବାଦକୁ ହିଁ ଶ୍ରେୟ ଦେଇଛନ୍ତି।

ବାଣପୁର ଝିଅ ରାଉରକେଲା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା

June 26, 2026

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

୨୦୫୦ ମସିହାରେ କେତେ ହେବ ଭାରତରେ ମୁସଲିମ ଜନସଂଖ୍ୟା?: ଜାଣନ୍ତୁ ହିନ୍ଦୁଙ୍କ ସଂଖ୍ୟା

June 26, 2026

ଆଜି ଭାରତ ବନାମ ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ ସମ୍ଭାବ୍ୟ ଏକାଦଶ ଏବଂ ଷ୍ଟ୍ରିମିଂ ବିବରଣୀ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.