Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ ତମ ଜନ୍ମଜୟନ୍ତୀ
ଆଞ୍ଚଳିକ

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ ତମ ଜନ୍ମଜୟନ୍ତୀ

February 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍‌-୯ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ କମିଟିର ସଭାପତି ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିଥିଲେ। ଉପସ୍ଥିତ ଅତିଥି ମାନଙ୍କୁ ସ୍ୱର୍ଗତ ଲୁଲୁ ବାବୁଙ୍କ ଜୀବନୀ, ବ୍ୟକ୍ତିତ୍ୱ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁକରଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଥିଲେ। ଦିବା ୧୦ ଘଟିକା ସମୟରେ ମନ୍ଦିର ପ୍ରାଙ୍ଗଣରେ ୨୦୦ ଛାତ୍ରଛାତ୍ରୀଙ୍କୁ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଫଳ ବଂଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ  ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ,ଲୋକନାଥ ମହାରଥି, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ଘନଶ୍ୟାମ ମହାନ୍ତି, ମନୋଜ ସାହୁ, ପ୍ରଦୀପ ମହାପାତ୍ର, ହିମାଂଶୁ ଲେଙ୍କା, ସତ୍ୟବ୍ରତ ନାୟକ, ହେମନ୍ତ ବିଶ୍ୱାଳ, ଯୋଗୀନାଥ ବାହୁବଳେନ୍ଦ୍ର, ବୃନ୍ଦାବନ ସ୍ୱାଇଁ, ସଂକୁନା କହଁର, ପ୍ରଦୀପ ନାୟକ, ସରୋଜ ପରିଡ଼ା, ମନତୋଷ ମହାପାତ୍ର, ନିରଞ୍ଜନ ରାଉତ, ରାଜୀବ ପଟ୍ଟନାୟକ, ଚିନ୍ମୟ ମହାପାତ୍ର, ବୁନା ମହାନ୍ତି, ଅଶୋକ ଦାସ, ସେକ ମୁସ୍ତାଫା, ସାରଦା ପ୍ରଧାନ, ତ୍ରିଲୋଚନ ମହାନ୍ତି, ନିରଞ୍ଜନ ଲେଙ୍କା, ପ୍ରତାପ ଜେନା, ରଣଜିତ ଦାସ, ଦେବଦତ ଜେନା, ମଙ୍ଗୁଳି ଶତପଥି, ତୋଫାନ ସ୍ୱାଇଁ, ରମାକାନ୍ତ ପରିଡା, ଗଗନ ସ୍ୱାଇଁ, ଦିଲ୍ଳୀପ ସ୍ୱାଇଁ, ଦେବାଶିଷ ଭୂୟାଁ, ସନ୍ତୋଷ ବାରିକ, ରିଜୁଆନ ଅଲ୍ଲି ଖାନ, ମିହିର ଆଚାର୍ଯ୍ୟ, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ମଙ୍ଗୁଳି ସିଂ, ଜ୍ୟୋତିଷ ସାହୁ, କୁଳମଣି ସାହୁ, ଆଲୋକ ମହାନ୍ତି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଖଗେଶ୍ୱର ମଲ୍ଲିକ, କୈଳାସ ସାହୁ, ରମେଶ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଶ୍ରୀଚନ୍ଦନ ପ୍ରମୁଖ ବହୁ ଯୁବନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍ମତି କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ।

ଜନ୍ମଜୟନ୍ତୀ ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.