ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ଅଂଶୁଘାତ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Feb 27, 2023, 7:37 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ପ୍ରାତଃ ଭ୍ରମଣ ସଂଗଠନ ତରଫରୁ ବ୍ରହ୍ମପୁର ସହର ନୀଳକଣ୍ଠ ମନ୍ଦିର ନିକଟ ହରିହର ଭେଟ ମନ୍ଦିର ଠାରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ଅଂଶୁଘାତ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଡଃ ନକୁଳ ସାହୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବାତ, ପିତ୍ତ, କଫ, ରକ୍ତଚାପ, ରକ୍ତଶର୍କରା, ଅମ୍ଳପିତ୍ତ, ସ୍ନାୟୁ, ସ୍ତ୍ରୀ ଓ ପ୍ରସୂତି ରୋଗ ନିଦାନ ଚିକିତ୍ସା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ।

ଏତଦବ୍ୟତୀତ ଚଳିତ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ସଚେତନ କରାଇଥିଲେ। ଅନୁଷ୍ଠିତ ସେବା କାର୍ଯ୍ୟକ୍ରମକୁ ଜୟନ୍ତୀ ଲାଲ୍, ନରସିଂହ ଚୌହାନ, ଶ୍ରୀନିବାସ ରାଓ ପ୍ରଶାନ୍ତ ପରିଡ଼ା ଓ ଗଣେଶ ପରିଚ୍ଛା ଙ୍କ ସମେତ ମନ୍ଦିର କମିଟି ସଦସ୍ୟ ଗଣ ସହଯୋଗ କରିଥିଲେ।

Related posts