୧୬ନଂ ଜାତୀୟ ରାଜପଥରେ ଓଲଟିଲା ଆଳୁ ବୋଝେଇ ବୋଲେରୋ ପିକଅପ

Published: Mar 5, 2023, 9:02 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରବିବାର ସନ୍ଧ୍ୟାରେ ୧୬ନଂ ଜାତୀୟ ରାଜପଥ ପାରିକଂସାରି ଓଭର ବ୍ରିଜ ଠାରେ ଏକ ଆଳୁ ବୋଝେଇ ବୋଲେରୋ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଛି।

ସୂଚନା ମୁତାବକ ଓଆର ୦୭ ଏଏ ୦୫୫୨ ଏକ ଆଳୁ ବୋଝେଇ ବୋଲେରୋ ପିକଅପ ବ୍ରହ୍ମପୁରରୁ ଭୁବନେଶ୍ୱର କଟକରୁ ଅଭିମୁଖେ ଯାଉଥିବା ବେଳେ ପାରିକଂସାରି ଓଭର ବ୍ରିଜ ଠାରେ ଅଚାନକ ପଛ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଘଟଣାସ୍ଥଳରେ ବଜରଙ୍ଗୀ ଦଳର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ଗାଡ଼ି ଚାଳକକୁ ଉଦ୍ଧାର କରିବା ସହ ରାସ୍ତାରେ ପଡିଥିବା ଆଳୁ ବସ୍ତା ଗୁଡିକୁ ରାସ୍ତା କଡ଼କୁ ଆଣିଥିଲେ। ସମ୍ପୃକ୍ତ ଗାଡି ଚଳକଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସହଯୋଗର ହାତ ବଢାଇଥିବା ବଜରଙ୍ଗୀ ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Related posts