Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ଚମ୍ପିୟାନ
ଆଞ୍ଚଳିକ

ଚିଲିକା: ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ଚମ୍ପିୟାନ

March 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଚିଲିକା ବ୍ଲକର ଅଗ୍ରଣୀ କ୍ରିକେଟ୍ ସଂଗଠନ ଜୟ ମା’ ମଙ୍ଗଳା କ୍ରିକେଟ୍ କ୍ଲବ ପକ୍ଷରୁ ପଂଚୁ ପାଟିଆ ମା’ ମଙ୍ଗଳା ପଡିଆରେ ଚାଲିଥିବା ୨୦/୨୦ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଅଛି। ୭ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣା  ମେଣ୍ଟରେ ରାଜ୍ୟର ବହୁ ପ୍ରତିଷ୍ଠିତ ଦଳ ଏହି ଟୁର୍ନାମେଣ୍ଟରେ ଯୋଗ ଦେଇ ସେମାନଙ୍କର ଖେଳ ପ୍ରଦର୍ଶନ କରିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟରେ ପୁରୀ ଜିଲ୍ଲାର ଡଲଫିନ୍-୧୧, ସାତପଡାର ୟଙ୍ଗ ଷ୍ଟାର, ନାଚୁଣୀ ଫ୍ରେଣ୍ଡେସ୍ କ୍ଲବ, ନୟାଗଡ ଜିଲ୍ଲାର ରଣପୁର ମା ମଣିନାଗ କ୍ରିକେଟ୍ ଆସୋସିଏସନ, ମର୍ଣିଙ୍ଗ ଷ୍ଟାର ଟାଙ୍ଗୀ, ନିଉ ଷ୍ପୋର୍ଟିଙ୍ଗ କ୍ଲବ ଜରିପଡା ଓ ମା କାଳିଜାଇ କ୍ରିକେଟ୍ କ୍ଲବ ପାଣି ଦୁଆର ଆଦି ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।

ଆଜି ଉଦଯାପନୀ ଦିବସ ଖେଳରେ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ମା କାଳିଜାଇ କ୍ରିକେଟ୍ କ୍ଲବ ପାଣି ଦୁଆର ୨୬୧ ରନ୍ ସଂଗ୍ରହ କରିଥିଲା। ତାର ପ୍ରତି ଜବାବରେ ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ୨୬୫ ରନ୍ ସଂଗ୍ରହ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଚମ୍ପିଆନ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଆଜି ଉଦଯାପନୀ ଉତ୍ସବରେ ଅତିଥୀ ଭାବେ ପାରିକୁଦ ଗଡର ରାଜା ସନ୍ତୋଷ କୁମାର ସିଂ ଦେଓ, ସମାଜ ସେବୀ ସ୍ୱାଗତିକା ଜଗଦ୍ଦେବ, ଚିଲିକା ବ୍ଲକ ବିଜେଡି ସଭାପତି ଅସିତ୍ କୁମାର ନାଥ, ଯୁବ ବିଜେଡି ସଭାପତି ଆଲୋକ କୁମାର ନାୟକ, ଚିଲିକା ବ୍ଲକ ସାଂସଦ ପ୍ରତିନିଧୀ ପଠାଣି ସ୍ୱାଇଁ, ସମାଜ ସେବୀ ଦିଲିପ ପ୍ରଧାନ, ସୁଧାକର ମହାପାତ୍ର, ଚଣ୍ଡେଶ୍ୱର ଅର୍ଜୁନ ବିଶ୍ୱାଳ, ପଦ୍ମ ଚରଣ ନାୟକ, ଭଗବାନ ବିଶ୍ୱାଳ, ତପନ ବିଶ୍ୱାଳ, ବିଚିତ୍ର ସାମନ୍ତରାୟ ଓ ପାଣ୍ଡବ ମହାନ୍ତି ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ।

ଏହି ଖେଳରେ ଅମ୍ପେୟାର ଭାବେ ପିଣ୍ଟୁ ତରାଇ ଓ ଦେବାଶିଷ ଖଟାଇ ଖେଳ ପରିଚାଳନା କରିଥିଲେ। ଆୟୋଜକ ଦଳର ସଭାପତି ସୌମ୍ୟକାନ୍ତ ଖଟାଇ, ସଂପାଦକ ମଣ୍ଟୁ ତରାଇ, ବରିଷ୍ଠ ସଭ୍ୟ ଚନ୍ଦ୍ରକାନ୍ତ ବିଶ୍ୱାଳ, ବାଦଲ ମହାପାତ୍ର, ଅଂଶୁମାନ ତାରାଇ, ଶ୍ରୀତମ୍ ଦଳାଇ, ଜିତେନ୍ଦ୍ର ତରାଇ ଓ ଜିତେନ୍ଦ୍ର ଦଳାଇ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଚିଲିକା ଜରିପଡା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.