
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଶାସନ ଗ୍ରାମ ପଞ୍ଚାୟତ ଲୁଣିପଡା ଶାସନ ଗ୍ରାମର ରବିନ୍ଦ୍ର ଗୌଡ଼ଙ୍କ ପୁଅ ସୁନୀଲ ଗୌଡ଼ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପିତାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଗ୍ରାମର ଜଣେ ଗାଇ ଚରାଳି ଗ୍ରାମ ନିକଟସ୍ଥ ନୁଆଁ ନାଳ କେନାଲ ପାଖରେ ଏକ ଶବ ପଡିଥିବାର ଦେଖି ଗ୍ରାମରେ ଜଣାଇଥିଲେ। ଗ୍ରାମବାସୀ ଯାଇ ଦେଖିଲେ ଯେ, ଉକ୍ତ ଶବ ସୁନୀଲର ଓ ଗାଙ୍ଗପୁର ଥାନାକୁ ଖବର କରିବା ପରେ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।