ଓଟିଡ଼ିସି ବଡ଼କୁଳ ପାନ୍ଥନିବାସ ପାଳିଲା ପଖାଳ ଦିବସ

Published: Mar 20, 2023, 5:38 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ହେଉଛି ପଖାଳ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡ଼କୁଳ ପାନ୍ଥନିବାସ ଠାରେ ବହୁ ଆଡମ୍ବରରେ ପଖାଳ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପାନ୍ଥନିବାସ କର୍ତ୍ତୃପକ୍ଷ ସବ୍ୟସାଚୀ କରଙ୍କ ଆମନ୍ତ୍ରଣ କ୍ରମେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସ୍ଥାନୀୟ ଜନ ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ନିମନ୍ତ୍ରିତ ଅତିଥିମାନଙ୍କୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସହିତ ବିଭିନ୍ନ କିଶମର ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଓଟିଡିସି ପକ୍ଷରୁ ପରସି ଦିଆଯାଇଥିଲା। ଯାହାର ଭରପୁର ମଜା ନେବାସହ ଆଗାମି ଦିନରେ ପଖାଳ ଚାରିଆଡେ ଖ୍ୟାତି ଲାଭ କରିବ ବୋଲି ଅତିଥି ମାନେ ଆଲୋଚନା କରିଥିଲେ।

ଏଥିସହିତ ନିଳାମ୍ବୁ ଚିଲିକା ତୀରେ ଅବସ୍ଥାପିତ ଓଟିଡ଼ିସି ପାନ୍ଥନିବାସ ପ୍ରତିଟି ମୁହୂର୍ତ୍ତରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଯୋଗାଇ ସାରା ରାଜ୍ୟରେ ବେଶ ସୁଖ୍ୟାତି ଲାଭ କରିଥିବା ବେଳେ ଆଗକୁ ଖରାର ପ୍ରକୋପ ବୃଦ୍ଧି ପାଉଥିବା ଲକ୍ଷରେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ନେଇ ଓଟିଡିସି କର୍ତ୍ତୃପକ୍ଷ ଶ୍ରୀ କର କହିଛନ୍ତି।

Related posts