ଭବାନୀପାଟଣାଠାରେ ଜନଶୁଣାଣି ଶିବିର ଅନୁଷ୍ଠିତ, ଥିଲେ ୮୮ଜଣ ଆବେଦନକାରୀ

Published: Apr 3, 2023, 10:16 pm IST

କଳାହାଣ୍ଡି: ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୮୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆର୍ଥିକ ସହାୟତା ରୂପେ ନର୍ଲା କିଡ଼ିଂ ର ଯୋସ୍ନା ଶବର ଙ୍କୁ ୧୦୦୦୦ ଟଙ୍କା, ଜୁନାଗଡ ଗଉଡଛେଣ୍ଡିଆ ର ସାଇବତି ଝାଙ୍କର ଙ୍କୁ ୫୦୦୦ ଟଙ୍କା, ଭବାନୀପାଟଣାର ନିକୁ ନାୟକଙ୍କୁ ୨୦୦୦ ଟଙ୍କା, ଜୁନାଗଡ ଭଇଁରିଗୁଡ଼ା ର ମରୁଆ ନାଏକଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ସହକାରୀ ଜିଲ୍ଲାପାଳ ଧୀରୋଜ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥଲେ।

Related posts