Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ୨ ବର୍ଷ ହେଲା ପଡିଛି ତାଲା, କଲ୍ୟାଣ ମଣ୍ଡପରେ ପଢୁଛନ୍ତି ଶିଶୁ
ଆଞ୍ଚଳିକ

ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ୨ ବର୍ଷ ହେଲା ପଡିଛି ତାଲା, କଲ୍ୟାଣ ମଣ୍ଡପରେ ପଢୁଛନ୍ତି ଶିଶୁ

April 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର କୋଠା ୨ ବର୍ଷ ଆଗରୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନଓାଡି କର୍ମୀକୁ ହସ୍ତାନ୍ତର କରୁ ନ ଥିବା ଜଣାପଡିଛି।

ଅନୁସନ୍ଧାନରୁ ଜଣା ପଡିଛି ଯେ, ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡିର କୋଠା କାମ ତଥା ଅନ୍ୟାନ୍ୟ କାମ ୨ ବର୍ଷ ଆଗରୁ  ସରିଲାଣି। ଏହି କୋଠା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞୁର କରିଥିଲେ। ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ପ୍ରଥମରୁ ନାକଟିଦେଉଳ ବ୍ଲକ୍ ର ପୂର୍ବତନ ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ କାମ ମଧ୍ୟ ତଦାରଖ କରି ବିଲ୍ ପ୍ରଦାନ କରୁଥିଲେ। ମୋଟ୍ ୫ ଲକ୍ଷ ଟଙ୍କାର ବିଲ୍ ଜେଇ ଅଜିତ୍ ବେହେରା କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁଙ୍କୁ ପ୍ରଦାନ କରିସାରିଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ସେ ବାକି ୩ ଲକ୍ଷ ୨୦ ହଜାର ଟଙ୍କା ବିଲ୍ କରି ନ ଥିଲେ।

ଜେଇ ଅଜିତ୍ ବେହେରା ବର୍ଷେ ହେଲା ଜମନକିରା ବ୍ଲକ୍ କୁ ବଦଳି ହୋଇ ଯାଇଥିବାରୁ କାର୍ଯ୍ୟରତ ଠିକାଦାର ଲକ୍ଷାଧିକ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି। ବ୍ଲକ୍ ପ୍ରସାସନର ବୈମାତୃକ ମନୋଭାବ ଯୋଗୁଁ ୨ ବର୍ଷ ହେଲା ଅଙ୍ଗନଓାଡିରେ ତାଲା ଝୁଲୁଛି। ଏଇ କିଛି ଦିନ ତଳେ ଡଇଁଚାରେ ଏକ କାର୍ଯ୍ୟକ୍ରମକୁ ଆସିଥିବା ରେଢାଖୋଲ ବିଧାୟକଙ୍କ ଠାରେ ଠିକାଦାର ସୁବଳ ସାହୁ ମୌଖିକ କହିଥିଲେ। ଶ୍ରମିକ ମାନେ କାମ କରି ୨ ବର୍ଷ ହେଲା ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଶିମିଳିପାଳ ପଂଚାୟତ ଅଧୀନରେ ଜେଇ ଭାବରେ ସୁରଭି ପ୍ରଧାନ ଯୋଗ ଦେଇଥିଲେ ମଧ୍ୟ ବହୁ ଦିନ ପର୍ଯ୍ୟନ୍ତ ଜେଇ ଅଜିତ୍ ବେହେରା ଫାଇଲ୍ ରଖିଥିବାରୁ ବିଲ୍ ହୋଇପାରି ନଥିଲା। ବର୍ତ୍ତମାନ ଜେଇ ସୁରଭି ପ୍ରଧାନ ମଧ୍ୟ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି।

ଜେଇ ଅଜିତ୍ ବେହେରା ପ୍ରଥମରୁ ହିଁ ଏହି ଅଙ୍ଗନଓାଡି କାମର ବିଲ୍ ଭାଉଚର କରୁଥିବା ବେଳେ ପରବର୍ତୀ ମୁହୁର୍ତରେ କଣ ପାଇଁ ଫାଇଲକୁ ଫେରାଇ ଦେଇ ଥିଲେ ତାହା ଆଦୈା ବୁଝା ପଡୁନାହିଁ। ଜେଇ ଅଜିତ୍ ବେହେରାଙ୍କ ମନମୁଖି କାର୍ଯ୍ୟ ତଥା ଅସହଯୋଗ ଯୋଗୁଁ ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି। କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁ ଟଙ୍କା ନ ଦେଲେ ମୁଁ ଚାବି ଦେବି ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି।

ଏନ୍‌ଆର୍‌ଇଜିଏସ୍ ରେ ଆସିଥିବା ୨ଲକ୍ଷ  ଟଙ୍କାରୁ  ଶ୍ରମିକ ଭାବରେ କାମ କରିଥିବା ନନ୍ଦି ପ୍ରଧାନ, ସୈାଦାମିନୀ ପ୍ରଧାନ, ନଳିନୀ ପ୍ରଧାନ, ଦିନବନ୍ଧୁ ପ୍ରଧାନ, ଜ୍ୟୈାତିମଞରୀ ପ୍ରଧାନ, ମହେନ୍ଦ୍ର ସାହୁ, ଚଂଚଳା ସାହୁ, ନିଶାମଣୀ ବେହେରା ପ୍ରମୁଖ  ଦୀର୍ଘମାସ ହେଲା ମଜୁରି ପାଇ  ନ ଥିବା ଅଭିଯୋଗ ହୋଇଛି । ଅଙ୍ଗନଓାଡିରେ ଚାଉଳ ତଥା ପିଲାଙ୍କ ପାଇଁ ଆସୁଥିବା ବିଭିନ୍ନପ୍ରକାର ଖେଳ ଉପକରଣ ରହିବା କଥା ହେଲେ ବାଧ୍ୟ ହୋଇ ଅଙ୍ଗନଓାଡିକର୍ମୀ ଘରେ ରଖୁଛନ୍ତି। ଗ୍ରାମରେ ମଧ୍ୟ ଏ ସଂପର୍କରେ ସଭା ହୋଇଥିଲା। ହେଲେ କାମ ତଦାରଖ କରୁଥିବା ସୁବଳ ସାହୁଙ୍କୁ  ବ୍ଲକ୍ ରୁ  ଟଙ୍କା ନ ଦେଲେ ସେ ତାଲା ଖୋଲିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି। ରାଜନୀତିର ପଶାପାଲିରେ ବଳିପଡିଛି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରଟି। ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.