
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମର ଅମୁଲ୍ୟ ନାଇକ ଓ ହାଡିଆ ନାଇକ ଦୁଇ ପଡୋଶୀ ଅଟନ୍ତି। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। କିନ୍ତୁ ଝଗଡ଼ା ଏହି ଭଳି ହୋଇଥିଲା ଯେ, ଘରୁ ଏକ ଟାଙ୍ଗିଆ ଆଣି ହାଡିଆର ମୁଣ୍ଡ ଉପରେ ଅତର୍କିତ ଭାବେ ଅମୁଲ୍ୟ ଆକ୍ରମଣ କରିଥିଲା। ଯ’ଦ୍ଵାରା ହାଡିଆ ଗୁରୁତର ଆହତ ହୋଇଥିଲା। ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।
ତାଙ୍କର ଅଭିଯୋଗକୁ ଗ୍ରହଣ କରି ପୋଲିସ ଏତଲା ନଂ ୨୧୦/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଘଟଣାର ଅନୁସଂଧାନ କରୁଥିବା ବେଳେ ଅମୁଲ୍ୟ ଗାଁ କୁ ଆସିଥିବା ଖବର ପାଇ ତତକ୍ଷଣାତ୍ ଚଢ଼ାଉ କରି ଅଭିଯୁକ୍ତ ଅମୁଲ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।