Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକର ଚାରିଜଣ ଦିବ୍ୟାଙ୍ଗଙ୍କ ଦେହରେ ଲାଗିଲା କୃତିମ ଗୋଡ
ଆଞ୍ଚଳିକ

ବାଣପୁର ବ୍ଲକର ଚାରିଜଣ ଦିବ୍ୟାଙ୍ଗଙ୍କ ଦେହରେ ଲାଗିଲା କୃତିମ ଗୋଡ

April 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବ୍ଲକର ଚାରିଜଣ ଦିବ୍ୟାଙ୍ଗଙ୍କ ଦେହରେ ଲାଗିଲା କୃତିମ ଗୋଡ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଗୁରୁଜଙ୍ଗ ନିକଟରେ ଥିବା ଏନଜିଓ ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଦ୍ୱାରା ଗୋଡ଼ ନଥିବା ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଛି। ପ୍ରକାଶଥାଉକି ଉକ୍ତ ଏନଜିଓ ଅଙ୍ଗ ପ୍ରତ୍ୟଙ୍ଗ ନଥିବା ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଯୋଗାଇ ଦେବା ଭଳି ଏକ ମହତ ଓ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି। ଯାହାକି ରାଜସ୍ଥାନ ର ଜୟପୁର ଠାରେ ଏହାର ଉତ୍ପାଦନ କରାଯାଏ।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ମାଧ୍ୟମରେ ଉକ୍ତ ଏନଜିଓ ପରିଚାଳକ ଚାରିଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରିଛନ୍ତି। ଯେଉଁମାନେ କି ଶତକଡା ସତୁରି ପ୍ରତିଶତ ଦିବ୍ୟାଙ୍ଗ ଭାବରେ ପରିଗଣିତ। କୃତ୍ରିମ ଗୋଡ଼ ଲଗାଇବା ପରେ ଦିବ୍ୟାଙ୍ଗ ମାନେ ଉକ୍ତ ଅନୁଷ୍ଠାନ ଉପରେ ଖୁସିବ୍ୟକ୍ତ କରିଛନ୍ତି।

ତେବେ ଆଜି ପ୍ରଥମ ପ୍ରୟାସରେ ଚାରିଜଣ ଦିବ୍ୟାଙ୍ଗଙ୍କୁ ପରୀକ୍ଷା ମୂଳକ ଭାବେ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଥିବା ବେଳେ, ଯେଉଁ ଦିବ୍ୟାଙ୍ଗମାନେ କୃତ୍ରିମ ଗୋଡ଼ ପାଇବାକୁ ଯୋଗ୍ୟ ସେମାନେ ଗୁରୁଜଙ୍ଗ ଠାରେ ଥିବା ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ର ଅଧିକାରୀଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗ କରି ଏହାର ସୁଫଳ ପାଇପାରିବେ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏହାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ ଓ ସଂଯୋଜକ ଅମୁଲ୍ୟ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ।

ବାଣପୁର ସୀତାରାମ ଅଦ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.