Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ: ଲକ୍ଷ୍ମଣ ପଣ୍ଡା
ଆଞ୍ଚଳିକ

ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ: ଲକ୍ଷ୍ମଣ ପଣ୍ଡା

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ସମାଜର ଅବକ୍ଷୟ କାଳରେ ମାନବବାଦୀ ଶିକ୍ଷକଙ୍କୁ ସ୍ମରଣ କରିବା ମଙ୍ଗଳକର। ଏଭଳି ମାନବବାଦୀ ଆଦର୍ଶ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟ ପଦପଦବୀର ଅଧିକାରୀ ନଥାଇ ବି, କ୍ଷମତାର ଅଧିକାରୀ ନ ଥାଇ ବି ଅଗଣିତ ଛାତ୍ରଙ୍କ ଚିରସ୍ମରଣୀୟ। ବେତୁଲି, ବାଣପୁରରୁ ୪୫୦ କିଲୋମିଟର ଦୂରବର୍ତ୍ତୀ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲକୁ ନିଜର କର୍ମକ୍ଷେତ୍ର ଭାବରେ ଆପଣେଇ ନେଇ ପିତୃତ୍ୱର ସ୍ନେହରେ ଛାତ୍ରମାନଙ୍କୁ ବାନ୍ଧିବା ତାଙ୍କର ବଡ଼ ଗୁଣ ଥିଲା।

ଶିକ୍ଷକତା ତାଙ୍କ ପାଇଁ ପେଶା ନ ଥିଲା ନିଶା ଥିଲା ବୋଲି କହିଥିଲେ ମୁଖ୍ୟବକ୍ତା ଡ. ଦିଲୀପ ପଣ୍ଡା। ବାଙ୍କନିଧି ଶତ୍ରୁଶଲ୍ୟ ସ୍ମରଣିକା କମିଟି ଦ୍ୱାରା ସମ୍ବଲପୁର ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ସ୍ମୃତି ସଭାରେ ଏ ବିଚାର ରଖିଥିଲେ ଡ. ପଣ୍ଡା।

ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା, ଶିକ୍ଷକ ଶତ୍ରୁଶଲ୍ୟଙ୍କର ସମାଜ, ଦେଶ ପ୍ରସଙ୍ଗ ପ୍ରତି ସଚେତନତାକୁ ସ୍ମରଣ କରିଥିଲେ। ପୂର୍ବତନ ସହକର୍ମୀ ଶିକ୍ଷକ ରଘୁନାଥ ପୂଜାରୀ, ଜିଲ୍ଲାସ୍କୁଲ ଛାତ୍ର ସଂସଦ ପ୍ରତିନିଧି ଡ. ଅରବିନ୍ଦ ଶତପଥୀ, ଜିଲ୍ଲାସ୍କୁଲ ହଷ୍ଟେଲର ପୂର୍ବତନ ଅନ୍ତେବାସୀ ପ୍ରସାର ଭାରତୀ ଅଧିକାରୀ ଲକ୍ଷ୍ମଣ ପଣ୍ଡା ପ୍ରମୁଖ ଶ୍ରାଦ୍ଧବାର୍ଷିକୀ ସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ସ୍ମରଣରେ ପ୍ରକାଶିତ ସ୍ମରଣିକା “ଶ୍ରଦ୍ଧାର୍ପଣ” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ ବୋଲି ଅବସରପ୍ରାପ୍ତ ପ୍ରସାରଭାରତୀ ଅଧିକାରୀ ଲକ୍ଷ୍ମଣ ପଣ୍ଡା ପ୍ରସ୍ତାବ ଦେଇଥିଲେ। ସ୍ମୃତି ସଭାକୁ ଡ. ଗୌରିଦାସ ପଧାନ ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ ଶତ୍ରୁଶଲ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପ୍ରାରମ୍ଭରେ ସୁଶ୍ରୀ ପ୍ରୀତି ମିଶ୍ରଙ୍କ ଦ୍ୱାରା ଗାନ୍ଧୀ ଭଜନ “ବୈଷ୍ଣବ ଜନତୋ..” ପରିବେଷିତ ହୋଇଥିଲା। ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲରେ ଶତ୍ରୁଶଲ୍ୟ ସାର୍‌ଙ୍କ କାଳରେ ବୋଲା ଯାଉଥିବା ସାମୂହିକ ପ୍ରାର୍ଥନା ସମବେତ ପୁରାତନ ଛାତ୍ର ଓ ଶିକ୍ଷକଙ୍କ ଦ୍ୱାରା ବୋଲା ଯାଇଥିଲା। ଏହାକୁ ଆବୃତ୍ତି କରିଥିଲେ ଡ. ସତ୍ୟନାରାୟଣ ଠାକୁର। ପୁରାତନ ଛାତ୍ର, ପୁରାତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ, ସମ୍ବଲପୁରର ଶିକ୍ଷାପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇ ବାଙ୍କନିଧି ଶତ୍ରୁଶଲ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ମଇ ୧ ତାରିଖ ୨୦୨୧ରେ ପରଲୋକ ହୋଇଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଯଶସ୍ଵୀ ଶିକ୍ଷକ ବାଙ୍କନିଧିଙ୍କ ଜନ୍ମ ହୋଇଥିଲା। ସେ ୧୯୫୨ ମସିହାରେ ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି ୧୯୯୧ ମସିହାରେ ଅବସର ଗ୍ରହଣ କରିଥିଲେ। ୧୯୮୯ ମସିହା ସେପ୍ଟେମ୍ବର ୫ ତାରିଖରେ ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ନୁରୁଲ ହସନ୍ ଙ୍କ ଦ୍ଵାରା ସେ ଆଦର୍ଶ ଶିକ୍ଷକ ପୁରସ୍କାର ଲାଭ କରିଥିଲେ।

ଦୀର୍ଘ ୪୦ ବର୍ଷର ଚାକିରିକାଳ ମଧ୍ୟରେ ଅନେକ ସୁନାମ ଅର୍ଜ୍ଜନ କରିଥିଲେ। ଗୋଟିଏ ସ୍କୁଲରେ ଏତେ ବର୍ଷ ଶିକ୍ଷକତା କରି ବାଙ୍କନିଧି ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ମଧୁର ବ୍ୟବହାର ତଥା ସରଳ ଜୀବନଯାପନ ପାଇଁ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ପ୍ରିୟ ଥିଲେ। ସେହି ଅଞ୍ଚଳରେ ସେ ଏତେ ପ୍ରିୟ ଥିଲେ ଯେ, ପ୍ରତ୍ୟେକ ବର୍ଷ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଡାଃ ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ଶିକ୍ଷାବିତ ବାଳକୃଷ୍ଣ କର ସ୍ମୃତି ପୁରସ୍କାର, ୧୫୦ ବର୍ଷ ପୂର୍ତ୍ତି ଶିକ୍ଷକ ସମ୍ମାନ ତଥା ପ୍ରତିବର୍ଷ ବିଭିନ୍ନ ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ।

ଶ୍ରଦ୍ଧାଞ୍ଜଳି ଅର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025
Latest News

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025

ସେପ୍ଟେମ୍ବର ୧୭ ରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.