ଟାଙ୍ଗୀ: ଦିନ ଦ୍ୱିପ୍ରହରରେ ବୁଲିଲା ଭୁଜାଲି, ଅଟୋ ରିକ୍ସା ଚାଳକ ଗୁରୁତର

Published: May 12, 2023, 6:22 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ହାଟ ବରଡିରେ ମରଣାନ୍ତକ ଆକ୍ରମଣ ହୋଇଛି। ଦିନ ଦ୍ୱିପ୍ରହରରେ ଭୁଜାଲିରେ ଆକ୍ରମଣ ହୋଇଛି। ଭୁଜାଲି ଚୋଟରେ ଅଟୋ ରିକ୍ସା ଚାଳକ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ରିକ୍ସା ଚାଳକ ହେଲେ ଟାଙ୍ଗୀ ଥାନା ହାଟବରଡି ପଞ୍ଚାୟତ ଗଇନଡା ଗ୍ରାମର ଦିପୁ ସାହୁ (୨୮)।

ସୂଚନା ମୁତାବକ ଦିପୁ ଆଜି ଜଣେ ବ୍ୟକ୍ତିଙ୍କର ଭଉଣୀ ଘରକୁ ଅଟୋରେ ସାବିତ୍ରୀ ଭାର ନେଇ ସେହି ହାଟବରଡି ଗ୍ରାମର ରାମ ନବମୀ ପଡିଆ ନିକଟକୁ ଆସିଥିଲେ। ସେଠାରେ ଗାଡିରୁ ଭାର ଖାଲିକରୁଥିବା ବେଳେ ହଠାତ୍ ଭୁଜାଲିରେ ଚୋଟ ପରେ ଚୋଟ ମାରିଥିଲେ ଜଣେ ଦୁର୍ବୁତ୍ତ। ଭୁଜାଲି ଚୋଟରେ ଦିପୁଙ୍କ ଛାତି, ପେଟ, ଅଣ୍ଟା ଏବଂ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

ଭୁଜାଲିରେ ଚୋଟ ମାରିଥିବା ଦୁର୍ବୁତ୍ତ ସେହି ହାଟବରଡ଼ି ପଞ୍ଚାୟତ ବରଡି ଗ୍ରାମର ନବ ପରିଡା ବୋଲି ଜଣା ପଡିଛି। ତେବେ ଭୁଜାଲି ଆକ୍ରମଣର କାରଣ ଅଦ୍ୟାବଧି ଜଣା ପଡ଼ିନଥିବା ବେଳେ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts