Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏ-୧ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ଏ-୧ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ୨୦୨୨-୨୩ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଚଳିତ ମାସ ଗତ ୧୮ ତାରିଖରେ ପ୍ରକାଶିତ ହୋଇ ଯାଇଛି। ଏଥିରେ ରଣପୁର ବ୍ଲକରୁ ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରି ରଣପୁର ବ୍ଲକ ପାଇଁ ଗୌରବ ଆଣି ପାରିଛନ୍ତି।

ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖି ୨ ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି।

ଅନ୍ୟ ଏ-୧ ଗ୍ରେଡରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ବିଦ୍ୟାଳୟ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୌରାଙ୍ଗପୁର ପଚାଂୟତର ଗୌରାଙ୍ଗପୁର ଗ୍ରାମ ପଚାଂୟତ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରି ନିଜ ବିଦ୍ୟାଳୟ ତଥା ନିଜ ଅଚଂଳ ପାଇଁ ଗୌରବ ଆନି ପାରିଛନ୍ତି। ସେମାନେ ହେଲେ ତୁଳସୀ ରଥ (୫୪୨ ମାର୍କ), ପୁଷ୍ପାଞ୍ଜଳୀ ବଳିଆରସିଂହ (୫୪୬ ମାର୍କ), ସସ୍ମିତା ମୁଦୁଲି (୫୪୦ ମାର୍କ)। ଏହି ୩ ଜଣଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତିଙ୍କ ତତ୍ୱାବଧାନରେ କୃତୀ ଛାତ୍ରମାନଙ୍କ ଘରକୁ ଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଶିତେନ୍ଦ୍ର ବଳିଆରସିଂ, ପ୍ରମୋଦ ଛୋଟରାୟଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ମଝିଆଖଣ୍ଡ ପଚାଂୟତର ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଏ-୧ ଗ୍ରେଡ ମାର୍କ ରଖି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଚଂ ମଧୁମିତା ତରାଇ, ମୋ ସକୁଲ ସଭାପତି ସୁବଳ ପ୍ରଧାନ , ମୋ ସ୍କୁଲ ସଭ୍ୟ ଅଶୋକ କୁମାର ବେହେରା, ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ଶରତ କୁମାର ସାମନ୍ତରାୟ ପ୍ରମୂଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ତତ୍ୱାବଦାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନିଲ କୁମାର ସାହୁ ୫୭୦ ମାର୍କ ରଖି ବ୍ଲକ ଟପ୍ପର ହୋଇ ପାରିଥିବା ବେଳେ ପ୍ରତାପ କୁମାର ବେହେରା ୫୬୦ ମାର୍କ ରଖି ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟ ତଥା ଅଚଂଲ ପାଇଁ ଗୌରବ ଆଣି ପାରିଛନ୍ତି। ଉପସ୍ଥିତ ଅତିଥି ମାନେ ସେମାନଙ୍କୁ ଟ୍ରଫି ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମଝିଆଖଣ୍ଡ ସି.ଆର.ସି.ସି. ବିଶ୍ୱ ମୋହନ ବେହେରା, ନରସିଂହପୁର ସି.ଆର.ସି.ସି. ସୁଶୀଲ କୁମାର ରଣା, ଶିକ୍ଷୟତ୍ରୀ ସୁନିତା ପରମାଣିକ, ସୋନାଲି ପ୍ରିୟଦର୍ଶିନୀ, ଶିକ୍ଷକ ସଞ୍ଜୟ ନାୟକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026

ରାତି ୨:୩୦ ରେ ବନ୍ଧୁଙ୍କୁ ଯନ୍ତ୍ରଣାଦାୟକ ବାର୍ତ୍ତା ପଠାଇଥିଲେ ନାନା ପାଟେକର: ଜାଣନ୍ତୁ କିପରି ହେଲା ମୃତ୍ୟୁ?

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.