Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଜେଡିର ରଣପୁର ବ୍ଲକ୍ ଓ ଏନ.ଏ.ସି ର ନୂତନ ସଭାପତି ଚୟନ
ଆଞ୍ଚଳିକ

ବିଜେଡିର ରଣପୁର ବ୍ଲକ୍ ଓ ଏନ.ଏ.ସି ର ନୂତନ ସଭାପତି ଚୟନ

May 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ରଣପୁର ବ୍ଲକ୍ ଓ ଏନଏସି ର ବିଜେଡି ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ସୂଚନା ଅନୁଯାୟୀ ରଣପୁର ନିର୍ବାଚନ ମଣ୍ଡଳୀର ୩୭ଟି ପଂଚାୟତ କୁ ନେଇ ରଣପୁର ବ୍ଲକ୍ ଗଠିତ ହୋଇଥିବା ବେଳେ ୧୫ ଟି ଓାର୍ଡ କୁ ନେଇ ରଣପୁର ଏନଏସି ଗଠିତ ହୋଇଅଛି। ସାଧାରଣ ନିର୍ବାଚନ-୨୦୨୪ ନିକଟତର ହୋଇଥିବା ବେଳେ ଦଳର ସାଂଗଠନିକ ସ୍ଥିତି ସୁଦୃଢ କରିବା ଲକ୍ଷ୍ୟରେ ବିଜେଡି ଦଳ ତରଫରୁ ବ୍ଲକ୍ ସଭାପତି ଭାବେ ଦଳର ବରିଷ୍ଠ ସଂଗଠକ ସଚ୍ଚୀକାନ୍ତ ଷଡଙ୍ଗୀଙ୍କୁ ଚୟନ କରାଯାଇଛି।

ଏହି ପଦବୀରେ ପୂର୍ବରୁ ପାଣ୍ଡବ ସେଠୀ ଦାୟିତ୍ୱ ତୁଲାଇ ଆସୁଥିଲେ। ସେହିଭଳି ରଣପୁର ଏନଏସି ର ସଭାପତି ଭାବେ ବିଜେଡି ଯୁବ ସଂଗଠକ ଲିଙ୍ଗରାଜ ନାୟକଙ୍କୁ ଚୟନ କରାଯାଇଛି। ସେ ଏଥି ପୂର୍ବରୁ ଏହି ପଦବୀରେ ରହି ଦଳର ସାଂଗଠନିକ ଦାୟିତ୍ୱ ତୁଲାଇ ଆସୁଥିଲେ।

ନୂତନ ଭାବେ ଚୟନ ହୋଇଥିବା ଉଭୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.