Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଦିବାସୀ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବାଣପୁର ବିଡ଼ିଓ
ଆଞ୍ଚଳିକ

ଆଦିବାସୀ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବାଣପୁର ବିଡ଼ିଓ

June 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବାଣପୁର ବିଡ଼ିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ ଦାମିଆ ବରବରା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଗୁଡିକ ବିଡ଼ିଓ ଶୀତଲ ଅଗ୍ରୱାଲ ପରିଦର୍ଶନ କରି ତଦାରଖ କରିଥିଲେ। ତଦାରଖ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟାଶା ଦାସ , କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ ଓ ଜିଆରଏସ ଅଭୟ ବସ୍ତି ଉପସ୍ଥିତ ଥିଲେ।

ଶ୍ରୀମତୀ ଅଗ୍ରୱାଲ ଉକ୍ତ ପଞ୍ଚାୟତର ତାଳବୋରେଇ ଠାରେ ଥିବା ଆଶ୍ରମ ସ୍କୁଲ, ବାଙ୍କିଆପଲ୍ଲୀର ୫-ଟି ସ୍କୁଲ,ମନ୍ଦାର ଠାରେ ମନରେଗା ପୋଖରୀ,ରାମପୁର ଗ୍ରାମ ମନରେଗାରେ ଚାଲିଥିବା ନାଳ ସହ କଟୁଆଳ ଠାରେ ଥିବା ଏକ ରୋଡର କାର୍ଯ୍ୟକୁ ତଦାରଖ କରିଥିଲେ। ସେଠାରୁ ଦାମିଆ ପଞ୍ଚାୟତର ସଭାଗୃହରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ବୀଣାପାଣି ଷଣ୍ଢ ଏବଂ ସମସ୍ତ ଅଧିକାରୀଙ୍କ ଗହଣରେ ପଞ୍ଚାୟତର ଏକ ସମୀକ୍ଷା ବୈଠକ କରିଥିଲେ।

ବିଡ଼ିଓ ପଞ୍ଚାୟତରେ ଗମନାଗମନ ଏବଂ ପିଇବା ପାଣିର ଅଭାବକୁ ଗୁରୁତ୍ୱ ଦେଇ ପ୍ରାଥମିକ ସ୍ତରରେ ଏହାର ସମାଧାନ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ସରପଞ୍ଚଙ୍କ ଅଭିଯୋଗ କ୍ରମେ ପଞ୍ଚାୟତର ଗ୍ରାମ ଗୁଡିକରେ ବିଜୁଳି ଆଲୋକ ନଥିବାରୁ ସମସ୍ତ ଗ୍ରାମରେ ସୋଲାର ଲାଇଟ ଉପରେ ଗୁରୁତ୍ୱ ଦେଇଥିଲେ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ମାସ ତମାମ ପଞ୍ଚାୟତକୁ ଯାଉ ନଥିବା ସରପଞ୍ଚ ଅଭିଯୋଗ କରିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି ବିଡ଼ିଓ କହିଥିଲେ। ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମହାରଣା ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ଏବଂ ପିଇବା ପାଣିର ସୁବିଧା କରାଇବାକୁ ବିଡ଼ିଓଙ୍କୁ ଅନୁରୋଧ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Latest News

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.