ଘରୁ ଲୁଚି ପଳାଇଥିବା ନାବାଳିକାଙ୍କୁ ଉଦ୍ଧାର କଲା ଗୋଳନ୍ଥରା ପୋଲିସ

Published: Jun 4, 2023, 11:39 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଘରୁ ଲୁଚି ପଳାଇଥିବା ନାବାଳିକାକୁ ଗୋଳନ୍ଥରା ପୋଲିସ ଉଦ୍ଧାର କରିଛି। ବନ୍ଧୁଙ୍କ ଘରୁ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଗ୍ରାମର ଜନୈକା ନାବାଳିକା ଘରୁ ଲୁଚି ପଳାଇଯାଇଥିଲେ। ପିତାମାତାଙ୍କ ମାଡଗାଳିରେ ଅତିଷ୍ଠ ହୋଇ ସେ ଘରୁ ଲୁଚି ପଳାଇଥିଲେ। ଘର ଲୋକଙ୍କ ଅଭିଯୋଗ ଗ୍ରହଣ କରି ଗୋଳନ୍ଥରା ପୋଲିସ ନଂ ୨୫୮/୨୩ ମାମଲା ରୁଜୁ କରି ଅନୁସନ୍ଧାନ ବେଳେ ନିକଟସ୍ଥ ଜଣେ ସାଙ୍ଗଙ୍କ ଘରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଏବଂ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Related posts