Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅନିୟମିତତା ଅଭିଯୋଗ ପରେ ପୁନଃ ନିର୍ମାଣ ହେଲା କୋଇଲମା-ଗୈାରାଙ୍ଗପୁର ରାସ୍ତା କାମ
ଆଞ୍ଚଳିକ

ଅନିୟମିତତା ଅଭିଯୋଗ ପରେ ପୁନଃ ନିର୍ମାଣ ହେଲା କୋଇଲମା-ଗୈାରାଙ୍ଗପୁର ରାସ୍ତା କାମ

June 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ କୋଇଲମା-ଗୈାରାଙ୍ଗପୁର ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଠିକାଦାର ଚେତିବା ସାଙ୍ଗକୁ ନିମ୍ନମାନର ରାସ୍ତା କାମର ପୁନଃ ନିର୍ମାଣ କରିଥିବା ଜଣାଯାଇଛି।

ସୂଚନା ଥାଉ କି ଉକ୍ତ ରାସ୍ତାକାମ ନିର୍ମାଣର ସପ୍ତାହ ନପୁରୁଣୁ ପିଚୁ ଉଠିଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ଅଚଂଳବାସୀ ଅସନ୍ତୋଷ ଜାହିରି କରିଥିଲେ। ଏପରିକି ଅଚଂଳବାସୀ ଠିକାଦାରଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅପର ପକ୍ଷେ ରଣପୁର ପୁର୍ତ ବିଭାଗ ଅଧିନ କୋଇଲମା-ଗୈାରାଙ୍ଗପୁର ରାସ୍ତା ଦୀର୍ଘବର୍ଷ ଧରି ଖାଲଖମା ରେ ପରିପୂର୍ଣ୍ଣ ହେବା ଫଳରେ ଯାତାୟତ ରେ ବ୍ୟାପକ ସମସ୍ୟା ଉପୁଜୁଥିଲା।

ତେବେ ନୂତନ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେବାପରେ ଲୋକମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆର୍ଥିକ ବର୍ଷ ୨୦୨୨-୨୩ ରେ ଅଟକଳ ବଜେଟ୍ ୩ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ୬ କି.ମି ପରିମିତ ଉକ୍ତ ରାସ୍ତା କାମ ନିମନ୍ତେ ଜୈନିକ ଠିକାଦାରଙ୍କୁ କାର୍ଯାଦେଶ ମିଳିଥିଲା। ଏପରିକି ଉକ୍ତ ରାସ୍ତାକାମ ଅର୍ଦ୍ଧେକ ପିଚୁ ଓ କଂକ୍ରିଟ୍ ରେ ନିର୍ମାଣ ହେବାକୁ ଥିବାବେଳେ ଠିକାଦାର ର ମନମାନି ଯୋଗୁ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲା। ତେବେ କମ୍ ପରିମାଣର ପିଚୁ ଓ ଗୋଡି ମିଶ୍ରଣ ଯୋଗୁ ଗୈାରାଙ୍ଗପୁର-ପିମ୍ପଲ ରାସ୍ତା ମଧ୍ୟସ୍ଥ ଶଙ୍ଖଠାରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି ନିର୍ମାଣଧିନ କଂକ୍ରିଟ୍ ରାସ୍ତାରେ ସଠିକ୍ ପରିମାଣର ଭାଗମାପ ନ ଦେଇ, ବିଶେଷକରି କମ୍ ପରିମାଣର ସିମେଟଂ ଓ ଗୋଡି ମିଶ୍ରଣ ଫଳରେ ଅତି ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଅଚଂଳବାସୀ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ଏହାର କୈାଣସି ପ୍ରତିକାର କରୁ ନ ଥିଲେ।

ଏ ନେଇ ଗଣମାଧ୍ୟମରେରେ ଖବର ପ୍ରକାଶନ ପରେ ଏହି ରାସ୍ତାର ପୁନଃ ନିର୍ମାଣ କରାଯାଇଥିଲେ ହେଁ ବହୁ କୋଟି ଟଙ୍କାରେ ନିର୍ମିତ ଉକ୍ତ ରାସ୍ତା ବିନା ଫ୍ଲେଭର ମେସିନରେ ହେଉଥିବାରୁ ଏହାର ସ୍ଥାୟୀତ୍ୱ ନେଇ ସନ୍ଦେହ ଜାତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 17, 2026

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.