
ସୀତାରାମ ଅଗ୍ରୱାଲ
ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରି ହୋଇଥିବା ଜଣାପଡିଛି।
ସୂଚନା ମୁତାବକ ବାଣପୁର ଏନଏସି ବିଶରପାଟଣା ଗ୍ରାମ ବାସିନ୍ଦା ଭଗବାନ ସାହୁ ଗତକାଲି କୌଣସି କାର୍ଯ୍ୟରେ ବାହାରକୁ ଘର ତାଲା ପକାଇ ଯାଇଥିଲେ। ତେବେ ଆଜି ସକାଳେ ଗ୍ରାମକୁ ଫେରି ଦେଖିଲା ବେଳକୁ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଆସବାବପତ୍ର ଲୁଟି ନେଇଛନ୍ତି। ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନକଦ ଟଙ୍କା ଲୁଟ ହୋଇଥିବାର ବାଣପୁର ଥାନାରେ ଭଗବାନ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ କେସ ନମ୍ବର ୨୫୨/୨୩ ରେ ଏକ ଚୋରି ମାମଲା ରୁଜୁ କରି ସିସିଟିଭି ସହଯୋଗରେ ତଦନ୍ତ ଜାରି ରଖିଛି।