Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ଆଞ୍ଚଳିକ

ବାଣପୁର: ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

July 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମଝି ରାସ୍ତାରେ ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭରତ ପ୍ରଧାନ ନାମକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଖଣତ ଗ୍ରାମର ପ୍ରକାଶ ଜେନାଙ୍କ ଠାରୁ ଭାପୁର ଗ୍ରାମର ଭରତ ପ୍ରଧାନ ଏକ ବର୍ଷ ପୂର୍ବେ ମଜୁରୀ ପ୍ରାପ୍ୟ ପାଞ୍ଚ ହଜାର ଟଙ୍କା ଠକି ନେଇଯାଇଥିଲେ। ଉକ୍ତ ଟଙ୍କାକୁ କେନ୍ଦ୍ର କରି ୬ ମାସ ପୂର୍ବେ ଭରତ ପ୍ରକାଶଙ୍କୁ ଧମକ ମଧ୍ୟ ଦେଇଥିଲେ।

ପୂର୍ବ ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରକାଶ ତାଙ୍କର ମା ଏବଂ ଝିଅଙ୍କ ସାଥିରେ ଭାପୁର ସ୍ଥିତ ନିଜର ବନ୍ଧୁଙ୍କ ଘରୁ ନିଜ ସ୍କୁଟିରେ ଫେରୁଥିବା ବେଳେ ବାଣପୁର ଭେଟେଶ୍ୱର ରାସ୍ତାରେ ଭରତ ଏକ ପଲସର ଗାଡ଼ିରେ ଆସି ପ୍ରକାଶଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ସ୍କୁଟି ଛଡାଇ ନେଇ ଫେରାର ହୋଇଯାଇଥିଲେ।

ଫଳରେ ପ୍ରକାଶଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବାଣପୁର ଡାକ୍ତରଖାନରେ ଚିକିତ୍ସା କରାଯାଇଥିଲା।

ଉକ୍ତ ଘଟଣାକୁ ନେଇ ପ୍ରକାଶଙ୍କ ମା ନିଶାମାଣି ଜେନା ଥାନାର ଦ୍ଵାରସ୍ଥ ହେଲାପରେ ପୋଲିସ ୨୫୭/୨୩ ରେ ଏକ ମାମଲା ରୁଜୁ କରି ଆଜି ଭରତଙ୍କୁ ତାଙ୍କ ନିଜ ଘରୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଭରତଙ୍କ ଠାରୁ ସ୍କୁଟି ଜବତ ହୋଇଥିବା ବେଳେ ଅଦ୍ୟାବଧି ମୋବାଇଲ ମିଳିପାରିନାହିଁ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025

ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

October 12, 2025

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025
Latest News

“ମହାଭାରତର କର୍ଣ୍ଣ,” ପଙ୍କଜ ଧୀରଙ୍କ ଦେହାନ୍ତ: କର୍କଟ ରୋଗରେ ଥିଲେ ପୀଡିତ

October 15, 2025

ଓଡିଶା ସମେତ ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

October 15, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, 16 ତାରିଖରେ ନାମାଙ୍କନ

October 15, 2025

ଉତ୍ତରାଖଣ୍ଡରେ ରହସ୍ୟମୟ ଜ୍ୱର: ୧୫ ଦିନରେ ୧୦ ମୃତ, ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ

October 15, 2025

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅନୁଭବ ମହାନ୍ତି, ହେଲେ ସେ କେଉଁ ବିଷୟରେ କଥା ହେଲେ ଜାଣନ୍ତି ?

October 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.