କୁଜଙ୍ଗ: ବିପୁଳ ପରିମାଣର ଦେଶୀ ମଦ ଜବତ, ୪ ଗିରଫ

Published: Aug 5, 2023, 11:14 am IST

କୁଜଙ୍ଗ: କୁଜଙ୍ଗ ପୋଲିସ୍ ଗତକାଲି କୁଜଙ୍ଗ-ବାଲିତୁଠ ରାସ୍ତାର ବାଲିତୁଠ ନିକଟରୁ ବିପୁଳ ପରିମାଣର ଦେଶୀ ମଦ (ଆସ୍କା୪୦) ଜବତ କରିଥିବା ଜଣାପଡ଼ିଛି। ଏଥିରେ ବ୍ୟବହୃତ ହୋଇଥିବା ଏକ ମୋଟର ସାଇକେଲକୁ ପୋଲିସ୍ ସିଜ୍ କରିଥିବା କହିଛି। ଅଭିଯୁକ୍ତମାନେ ହେଲେ କୁଜଙ୍ଗ ଅଂଚଳର ସୌମ୍ୟରଞ୍ଜନ ପରିଡ଼ା, ନିରୋଜ କୁମାର ଦାସ, ଚିଂଟୁ ନାଥ, ବିକ୍ରମ ନାରାୟଣ ଦାସ। ଏମାନଙ୍କ ନାମରେ ଅବକାରୀ ଆଇନ୍ ଆଧାରରେ କେସ୍ ନଂ ୩୭୩/୨୩ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି।

ସୂଚନା ଯୋଗ୍ୟ ଗୁରୁବାର ବିଳମ୍ବିତ ରାତିରେ କୁଜଙ୍ଗର ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଦୋକାନରୁ ବିପୁଳ ପରିମାଣରେ ମଦ ବାଲିତୁଠ ଅଂଚଳକୁ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା। ତୁରନ୍ତ ଥାନାଅଧିକାରୀ ଦୁଇଟି ଟିମ୍ ଗଠନ କରି ବାଲିତୁଠ ଓ କୁଜଙ୍ଗ ଅଂଚଳରେ ଜଗି ବସିଥିଲା। ସେହି ସମୟରେ ସୌମ୍ୟରଞ୍ଜନ ଓ ନିରୋଜ ଏକ ମୋଟରସାଇକେଲ ଯୋଗେ ଦେଶୀ ମଦ ନେଇ ବାଲିତୁଠ ଅଂଚଳକୁ ଯାଉଥିଲେ। ପୂର୍ବରୁ ଛକି ବସିଥିବା ପୋଲିସ୍ ଏହି ଦୁଇ ଯୁବକଙ୍କୁ ମାଡ଼ି ବସିଥିଲେ। ସେମାନଙ୍କ ଠାରୁ ୩୮ ଲିଟର (ଆସ୍କା୪୦) ମଦ ଜବତ କରିବା ସହ ଏହିକାରବାରେ ବ୍ୟବହୃତ ମୋଟର ସାଇକେଲକୁ ପୋଲିସ୍ ସିଜ୍ କରିଥିଲା।

ଏହି ଦେଶୀ ମଦ ଚୋରା କାରବାରରେ ସଂପୃକ୍ତି ଅଭିଯୋଗରେ ବିକ୍ରମ ଓ ଚିଂଟୁକୁ ପୋଲିସ୍ ମଦ ଦୋକାନରୁ ଉଠାଇ ଆଣି ତାଙ୍କ ନାମରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରିଥିଲା।

Related posts