Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କରେ ଆଲୋଚନା ଚକ୍ର
ଆଞ୍ଚଳିକ

ବାଣପୁରରେ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କରେ ଆଲୋଚନା ଚକ୍ର

August 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଉତ୍କଳର ଜୀବନ୍ତ ଇତିହାସ ମାଦଳା ପାଞ୍ଜିକୁ ଭିତ୍ତି କରି ଓଡ଼ିଶାର ଇଷ୍ଟଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଯବନ ମାନଙ୍କ ଆକ୍ରମଣକୁ ପ୍ରତିହତ କରି ଚିଲିକା ଓ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭ ଥରରୁ ଅଧିକ ସମୟ ନୀଳାଦ୍ରୀ ମଣ୍ଡପ ପରିତ୍ୟାଗ କରି ଲୀଳାଖେଳା କରିଥିବାର ଉଲ୍ଲିଖିତ ଅଛି। ଏହି ସ୍କୃତିକୁ ଆଧାର କରି ସମସ୍ତ ଲୀଳାକ୍ଷେତ୍ରର ଆରାଧ୍ୟ ଠାକୁରମାନଙ୍କ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କୁ ଏକାଠି କରି ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମନ୍ଦିରଗୁଡିକର ସୁରକ୍ଷା ସଂପର୍କରେ ଏକ ଆଲୋଚନାଚକ୍ର ଲୀଳାକ୍ଷେତ୍ର ବାଣପୁରର ଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ଇତିହାସ ଗବେଷକ ତଥା ସୁସାହିତ୍ୟିକ ଡ଼ା ଦେବେନ୍ଦ୍ରନାଥ ମାନସିଂଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନାଚକ୍ରରେ କାଙ୍କଣ ଶିଖରୀ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁ, ବାବାଜୀ ପଦ୍ମପାଦ ଦାସ ମହାରାଜ, ଶ୍ରୀ ରଙ୍କନାଥ ମନ୍ଦିର ପରିଚାଳନା କମିଟିର ସଭ୍ୟ ବାଳମୁକୁନ୍ଦ ଦାସ, ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର, ଇଞ୍ଜିନିୟର ବିବୁଧେନ୍ଦୁ କେଶରୀ ଭୋଳ, ମଧୁସୂଦନ ପରୀଡ଼ା, ସନ୍ତୋଷ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମୟରେ ଶ୍ରୀ ଜଗନ୍ନାଥ ଏହି ଅଞ୍ଚଳର କାଙ୍କଣ ଶିଖରୀ, ନଈରୀ,ଗବପଦର, ଚିଲିକା ଚଢ଼େଇ ଗୁହା, ନିଳାଦ୍ରୀ ପ୍ରସାଦ, ଶ୍ରୀ ଚରଣ ଚକାଦେବ ବିଜେ ବଡ଼ ହନ୍ତୁଆଡ, ଶ୍ରୀ ରଙ୍କନାଥ ଦେବ ବିଜେ ବାଣପୁର, ଚାଷଙ୍ଗରା, ସାହାସପୁର,ଅନ୍ଧାରୀ ମହିମ ଇତ୍ୟାଦି ସ୍ଥାନ ମାନଙ୍କରେ ବିଜେ କରି କିପରି ଲୀଳା ଖେଳା କରି ନିଳାଦ୍ରୀ ବିଜେ କରିଥିଲେ, ସେ ସଂପର୍କରେ ଆଲୋକପାତ କରି ଏହି ତଥ୍ୟ କିପରି ଜନାଦୃତ ହେବ ଏବଂ ପୀଠ ଗୁଡ଼ିକର କିପରି ଉନ୍ନତିକରଣ କରାଯାଇପାରିବ ସେ ସଂପର୍କରେ ବିଭିନ୍ନ ମତାମତ ପ୍ରଦାନ କରି ଶ୍ରୀ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ ପୂର୍ବକସହଯୋଗ ପ୍ରଦାନ ନିମନ୍ତେ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ।

ଅଗଷ୍ଟ ୩୧ ତାରିଖରେ ପୁଣି ଏକ ବୈଠକ ଶ୍ରୀ ଚରଣଚକା ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବସି ସମସ୍ତ ମନ୍ଦିରର ପରିଚାଳନା କମିଟିର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତି ଗ୍ରହଣ କରାଗଲା। ଇଞ୍ଜିନିୟର ବିବୁଧେନ୍ଦୁ କେଶରୀ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନା ଚକ୍ର ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.