Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଆରା ଢଙ୍ଗରେ ପାଳିତ ହେଲା ଜାତିସଂଘ ଅଫିସର ବୈଶାଳୀ ମହାନ୍ତିଙ୍କ ଜନ୍ମ ଦିବସ
ଆଞ୍ଚଳିକ

ନିଆରା ଢଙ୍ଗରେ ପାଳିତ ହେଲା ଜାତିସଂଘ ଅଫିସର ବୈଶାଳୀ ମହାନ୍ତିଙ୍କ ଜନ୍ମ ଦିବସ

August 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Baisali
ନିଆରା ଢଙ୍ଗରେ ପାଳିତ ହେଲା ଜାତିସଂଘ ଅଫିସର ବୈଶାଳୀ ମହାନ୍ତିଙ୍କ ଜନ୍ମ ଦିବସ

ପୁରୀ: ମିଳିତ ଜାତିସଂଘର ସର୍ବ କନିଷ୍ଠା ନୀତି ଅଧିକାରୀ, ଓଡ଼ିଆ ଝିଅ ,ଓଡ଼ିଶୀ ନୃତ୍ୟ ପ୍ରଵୀଣା ବୈଶାଳୀ ମହାନ୍ତିଙ୍କ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପୁରୀ ପାନ୍ଥନିବାସ ପରିସରରେ ପାଳିତ ହୋଇଥିବା ବୈଶାଳୀଙ୍କ ଜନ୍ମଦିନରେ ସେ ଦୁଇ ଜଣ ଆର୍ଥିକ ଅନଗ୍ରସର ଓଡ଼ିଶୀ ନୃତ୍ୟ ଛାତ୍ରୀଙ୍କୁ ଏବଂ ଅନ୍ୟ ଦୁଇ ଜଣ ଗରିବ ଛାତ୍ରୀ ଯେଉଁମାନେ ଅର୍ଥାଭାବରୁ ଅଧ୍ୟୟନରୁ ବଞ୍ଚିତ ହୋଇଥିଲେ ସେମାନଙ୍କ ସମେତ ଚାରୋଟି ଅଧ୍ୟୟନ ବୃତ୍ତି ପ୍ରଦାନ କରିଛନ୍ତି।

ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ଏହି ବୃତ୍ତି ଛାତ୍ରୀମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କର ମାଆ ନାରୀ ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ମାନସୀ ପ୍ରଧାନ କହିଛନ୍ତି ଯେ,ନାରୀର ସମୃଦ୍ଧି ଓ ଆତ୍ମ ନିର୍ଭରଶୀଳତା ପାଇଁ ସେ ନିଜକୁ ଅହରହ ନିୟୋଜିତ କରି ଆସିଛନ୍ତି।

ସେ ଏକ ଅଖ୍ୟାତ ପଲ୍ଲୀ ବାଣପୁରର ଆୟତ୍ତପୁରରେ ବାପ ମାଆଙ୍କର ଏକମାତ୍ର କନ୍ୟା ହୋଇ ଜନ୍ମ ନେଇଥିବାରୁ ତାଙ୍କର ବାପ ମାଆଙ୍କୁ ବହୁତ ନିନ୍ଦା ଓ ଭର୍ତ୍ସନା ସହିବାକୁ ପଡ଼ିଥିଲା। ହେଲେ ସେ ନିଜ ପ୍ରତିଭା ବଳରେ ନିଜେ ପ୍ରତିଷ୍ଠା ଲାଭ କରିବ ସହ ତାଙ୍କର ମଧ୍ୟ ଏକମାତ୍ର କନ୍ୟା ବୈଶାଳୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠାର ସୁଯୋଗ ଦେଇ ପାରିଛନ୍ତି।

ଆଗାମୀ ବର୍ଷ ମାନଙ୍କରେ ବୈଶାଳୀଙ୍କ ଜନ୍ମ ଦିବସ ଅବସରରେ ସେ ଏହିଭଳି ବହୁ ଅଭାବୀ ଛାତ୍ରୀମାନଙ୍କୁ ସଵୁ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ବର୍ଷ ବାଲୁଗାଁ, ବାଣପୁର ଅଞ୍ଚଳର ଦୁଇ ଜଣ ୩ୟ ବାର୍ଷିକ ଓଡ଼ିଶୀ ଛାତ୍ରୀ ଆପୂର୍ଭା ସାହୁ, ମାନ୍ୟମୟୀ ସାଈପ୍ରିୟା ଓ ପୁରୀ ଦଳିତ ବସ୍ତିର ଦୁଇଜଣ ଗରିବ ଛାତ୍ରୀଙ୍କୁ ଅଧ୍ୟୟନ ବୃତ୍ତି ପ୍ରଦାନ କରାଯାଇଛି।

ସକାଳେ ବୈଶାଳୀ ପୁରୀ ବାଳାଶ୍ରମକୁ ଯାଇ ସେଠାରେ ପିଲାମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିବା ସହିତ ମିଠା ବଣ୍ଟନ କରିଥିଲେ।

ବୈଶାଳୀ ମହାନ୍ତି ମାନସୀ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025
Latest News

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.