Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଆରା ଢଙ୍ଗରେ ପାଳିତ ହେଲା ଜାତିସଂଘ ଅଫିସର ବୈଶାଳୀ ମହାନ୍ତିଙ୍କ ଜନ୍ମ ଦିବସ
ଆଞ୍ଚଳିକ

ନିଆରା ଢଙ୍ଗରେ ପାଳିତ ହେଲା ଜାତିସଂଘ ଅଫିସର ବୈଶାଳୀ ମହାନ୍ତିଙ୍କ ଜନ୍ମ ଦିବସ

August 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Baisali
ନିଆରା ଢଙ୍ଗରେ ପାଳିତ ହେଲା ଜାତିସଂଘ ଅଫିସର ବୈଶାଳୀ ମହାନ୍ତିଙ୍କ ଜନ୍ମ ଦିବସ

ପୁରୀ: ମିଳିତ ଜାତିସଂଘର ସର୍ବ କନିଷ୍ଠା ନୀତି ଅଧିକାରୀ, ଓଡ଼ିଆ ଝିଅ ,ଓଡ଼ିଶୀ ନୃତ୍ୟ ପ୍ରଵୀଣା ବୈଶାଳୀ ମହାନ୍ତିଙ୍କ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପୁରୀ ପାନ୍ଥନିବାସ ପରିସରରେ ପାଳିତ ହୋଇଥିବା ବୈଶାଳୀଙ୍କ ଜନ୍ମଦିନରେ ସେ ଦୁଇ ଜଣ ଆର୍ଥିକ ଅନଗ୍ରସର ଓଡ଼ିଶୀ ନୃତ୍ୟ ଛାତ୍ରୀଙ୍କୁ ଏବଂ ଅନ୍ୟ ଦୁଇ ଜଣ ଗରିବ ଛାତ୍ରୀ ଯେଉଁମାନେ ଅର୍ଥାଭାବରୁ ଅଧ୍ୟୟନରୁ ବଞ୍ଚିତ ହୋଇଥିଲେ ସେମାନଙ୍କ ସମେତ ଚାରୋଟି ଅଧ୍ୟୟନ ବୃତ୍ତି ପ୍ରଦାନ କରିଛନ୍ତି।

ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ଏହି ବୃତ୍ତି ଛାତ୍ରୀମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କର ମାଆ ନାରୀ ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ମାନସୀ ପ୍ରଧାନ କହିଛନ୍ତି ଯେ,ନାରୀର ସମୃଦ୍ଧି ଓ ଆତ୍ମ ନିର୍ଭରଶୀଳତା ପାଇଁ ସେ ନିଜକୁ ଅହରହ ନିୟୋଜିତ କରି ଆସିଛନ୍ତି।

ସେ ଏକ ଅଖ୍ୟାତ ପଲ୍ଲୀ ବାଣପୁରର ଆୟତ୍ତପୁରରେ ବାପ ମାଆଙ୍କର ଏକମାତ୍ର କନ୍ୟା ହୋଇ ଜନ୍ମ ନେଇଥିବାରୁ ତାଙ୍କର ବାପ ମାଆଙ୍କୁ ବହୁତ ନିନ୍ଦା ଓ ଭର୍ତ୍ସନା ସହିବାକୁ ପଡ଼ିଥିଲା। ହେଲେ ସେ ନିଜ ପ୍ରତିଭା ବଳରେ ନିଜେ ପ୍ରତିଷ୍ଠା ଲାଭ କରିବ ସହ ତାଙ୍କର ମଧ୍ୟ ଏକମାତ୍ର କନ୍ୟା ବୈଶାଳୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠାର ସୁଯୋଗ ଦେଇ ପାରିଛନ୍ତି।

ଆଗାମୀ ବର୍ଷ ମାନଙ୍କରେ ବୈଶାଳୀଙ୍କ ଜନ୍ମ ଦିବସ ଅବସରରେ ସେ ଏହିଭଳି ବହୁ ଅଭାବୀ ଛାତ୍ରୀମାନଙ୍କୁ ସଵୁ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ବର୍ଷ ବାଲୁଗାଁ, ବାଣପୁର ଅଞ୍ଚଳର ଦୁଇ ଜଣ ୩ୟ ବାର୍ଷିକ ଓଡ଼ିଶୀ ଛାତ୍ରୀ ଆପୂର୍ଭା ସାହୁ, ମାନ୍ୟମୟୀ ସାଈପ୍ରିୟା ଓ ପୁରୀ ଦଳିତ ବସ୍ତିର ଦୁଇଜଣ ଗରିବ ଛାତ୍ରୀଙ୍କୁ ଅଧ୍ୟୟନ ବୃତ୍ତି ପ୍ରଦାନ କରାଯାଇଛି।

ସକାଳେ ବୈଶାଳୀ ପୁରୀ ବାଳାଶ୍ରମକୁ ଯାଇ ସେଠାରେ ପିଲାମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିବା ସହିତ ମିଠା ବଣ୍ଟନ କରିଥିଲେ।

ବୈଶାଳୀ ମହାନ୍ତି ମାନସୀ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.