Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଅଲାଇଡ଼ିହ ବାଇପାସ ନିକଟସ୍ଥ ଭଡାଘରେ ରହୁଥିବା ଯୁବକଙ୍କ ଆତ୍ମହତ୍ୟା
ଆଞ୍ଚଳିକ

ବାଣପୁର: ଅଲାଇଡ଼ିହ ବାଇପାସ ନିକଟସ୍ଥ ଭଡାଘରେ ରହୁଥିବା ଯୁବକଙ୍କ ଆତ୍ମହତ୍ୟା

August 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡ଼ିହ ବାଇପାସ ନିକଟରେ ଥିବା ଏକ ଭଡାଘରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୋପାଳପୁର ଅଂଚଳର ଲକ୍ଷ୍ମୀଧର ପରିଡା (୨୫) ନାମକ ଜଣେ ଯୁବକ ଭୁବନେଶ୍ୱର ଅଞ୍ଚଳରେ ଜନୈକ ଡାକ୍ତରଙ୍କ ନିକଟରେ କାର୍ଯ୍ୟ କରୁଥିବା ବେଳେ ବାଣପୁର ଅଲାଇଡ଼ିହ ବାଇପାସ ନିକଟସ୍ଥ ଏକ ଭଡା ଘରେ ରହୁଥିଲେ।  ସେଠାରେ ଜନୈକ ମହିଳାଙ୍କୁ ପରିବାର ଲୋକଙ୍କ ଅଜାଣତରେ ପ୍ରେମ ବିବାହ କରିଥିଲେ।

ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଗର୍ଭବତୀ ଥିବାବେଳେ ଶରୀର ଅସୁସ୍ଥ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ। ସେଠାରେ ଲକ୍ଷ୍ମୀଧରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କୁ ପୁରୀ ନେଇ ସ୍ୱର୍ଗଦ୍ୱାରରେ ଦାହ କରିଥିଲେ। ତେଣୁ ଲକ୍ଷ୍ମୀଧର ଅବସାଦରେ ଥିବାରୁ ପରିବାର ଲୋକ ବୁଝାସୁଝା କରି ଗତକାଲି ଘରକୁ ନେଇଯାଇଥିଲେ। କିନ୍ତୁ ଆଜି ସକାଳୁ କାହାକୁ ନ ଜଣାଇ ଘରୁ ପଳାଇ ଆସିଥିବା ବେଳେ ଉକ୍ତ ଭଡାଘରେ ଭିତରପଟୁ କବାଟ କିଳି ଆତ୍ମହତ୍ୟା କରିଥିବା ଜଣାଯାଇଛି।

ପରିବାର ଲୋକ ଖବର ପାଇଁ ତାଙ୍କୁ ବାଣପୁର ମେଡିକାଲକୁ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ ଏବଂ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ବାଣପୁର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ମହଜୁଦ ରଖିଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.