Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାଳୁପଡାଘାଟରେ ରହିବ ପ୍ରଶାନ୍ତି ଏକ୍ସପ୍ରେସ: ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଚିଲିକାବାସୀ
ଆଞ୍ଚଳିକ

କାଳୁପଡାଘାଟରେ ରହିବ ପ୍ରଶାନ୍ତି ଏକ୍ସପ୍ରେସ: ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଚିଲିକାବାସୀ

August 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାବିଧାନସଭାର ଟାଙ୍ଗୀ, କଳକଳେଶ୍ଵର, ବଡ଼ପାରି, ଚଣ୍ଡେଶ୍ଵର, ସୋରଣ, ଚାନ୍ଦପୁର, କରିପଡା, ମାନସିଂହପୁର ପଞ୍ଚାୟତର ସମସ୍ତ ଜନତା କାଳୁପଡାଘାଟ ରେଳ ଷ୍ଟେସନ ଉପରେ ନିର୍ଭର। କିନ୍ତୁ ଏହି ଷ୍ଟେସନରେ ଅଧିକାଂଶ ଏକ୍ସପ୍ରେସ ଟ୍ରେନ ରହୁନଥିବା କାରଣରୁ ଚିଲିକାବାସୀ ଅନେକ ସମସ୍ୟାର ଦେଇ ଗତି କରୁଥିଲେ ଓ ଗମନାଗମନ ପାଇଁ ଖୋର୍ଦ୍ଧା ରୋଡ଼ କିମ୍ବା ଭୁବନେଶ୍ବର ଓ ପୁରୀ ରେଳ ଷ୍ଟେସନ ଉପରେ ନିର୍ଭର ଥିଲେ। ଏହି ବିଷୟରେ ଚିଲିକାବାସୀ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଅବଗତ କରେଇଥିଲ।

ସମ୍ବିତ ପାତ୍ର ଗତ ମାର୍ଚ୍ଚ ମାସରେ ଏହି ବିଷୟକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ମାନନୀୟ ଅଶ୍ୱିନୀ ବୈଷ୍ଣବକୁ ଅବଗତ କରେଇଥିଲେ ଓ କାଲୁପଡ଼ାଘାଟ ଷ୍ଟେସନରେ ରାଜ୍ୟରାଣୀ ଏକ୍ସପ୍ରେସ ଓ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ଅନୁରୋଧ କରିଥିଲେ। ସମ୍ବିତ ପାତ୍ରଙ୍କ ଅନୁରୋଧ ରକ୍ଷା କରି ଗତ ଜୁନ ମାସରେ ରାଜ୍ୟରାଣୀ ଏକ୍ସପ୍ରେସର କାଳୁପଡାଘାଟ ଷ୍ଟେସନରେ ରହଣି ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମତି ଦେଇଥିବା ବେଳେ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ଅନୁମତି ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ସଂପୂର୍ଣ୍ଣ ଚିଲିକାରେ ଖୁସିର ଲହରୀ ଖେଳିଯାଇଛି। ଆଜି ସ୍ଥାନୀୟ ଲୋକେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଫୋନ ଯୋଗେ ସ୍ଥାନୀୟ ଲୋକେ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଶ୍ୱିନୀ ବୈଷ୍ଣବ କାଳୁପଡାଘାଟ ଷ୍ଟେସନ ପ୍ରଶାନ୍ତି ଏକ୍ସପ୍ରେସ ରେଳ ମନ୍ତ୍ରୀ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.