Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଜି ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର: ହଠାତ ମେଡିକାଲ ପରିଦର୍ଶନ କଲେ ସିଡ଼ିଏମଓ
ଆଞ୍ଚଳିକ

ଆଜି ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର: ହଠାତ ମେଡିକାଲ ପରିଦର୍ଶନ କଲେ ସିଡ଼ିଏମଓ

August 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ। ତେବେ ହଠାତ ବାଣପୁର ମେଡିକାଲ ଗସ୍ତରେ ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକ ଆସିଥିଲେ। ଡା ନାୟକ ବାଣପୁର ମେଡିକାଲ ପରିସରରେ ରୋଗୀଙ୍କୁ ଦିଆ ଯାଉଥିବା ବିଭିନ୍ନ ସେବା ଗୁଡିକ ତଦାରଖ କରିଥିଲେ। ମେଡିକାଲ ପରିସରରେ ଚାଲିଥିବା ସମସ୍ତ ବହିର୍ବିଭାଗ ସେଣ୍ଟରକୁ ଯାଇ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କୁ ସେ ବିଭିନ୍ନ ବିଷୟ ପଚାରିଥିଲେ।

ରୋଗୀ ମାନଙ୍କ ସଠିକ କ୍ରମରେ ନାମ ପଞ୍ଜିକରଣ, ଉପଯୁକ୍ତ ସେବା, ବେସରକାରୀ ମେଡ଼ିସିନ ପ୍ରେସକ୍ରାଇବ ନକରିବା ଆଦି ବିଷୟରେ ତାଗିଦ କରିଥିଲେ। ଏହି ସମୟରେ କିଛି ଜନସାଧାରଣ ବାଣପୁର ମେଡିକାଲରେ ଆଖି ଓ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇ ସିଡ଼ିଏମଓ ଙ୍କୁ ଅନୁରୋଧ କରିଥିବା ବେଳେ ଜଣେ ଫିଜିଓଥେରାପି ଡାକ୍ତର ବାଣପୁର ମେଡିକାଲରେ ନିକଟରେ ନିଯୁକ୍ତି ହୋଇଛନ୍ତି ଏବଂ ଅନ୍ୟ ବିଭାଗର ଡାକ୍ତରମାନେ ଖୁବ ଶୀଘ୍ର ନିଯୁକ୍ତି ହେବେ ବୋଲି ସିଡ଼ିଏମଓ ଡା ନାୟକ କହିଥିଲେ।

ବାଣପୁର ମେଡିକାଲ ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବାରୁ ଖୁବଶୀଘ୍ର ଏହାର କୟାକଳ୍ପ ହେବ ବୋଲି ସିଡ଼ିଏମଓ କହିଥିଲେ। ତତସହିତ ମେଡିକାଲ ଅଧିକାରୀ ଡା ରମାକାନ୍ତ ନାୟକଙ୍କ ସହ ମେଡିକାଲର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ବ୍ଲକ ଅଭିମୁଖେ ସିଡ଼ିଏମଓ ଗସ୍ତ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ଜନଶୁଣାଣୀ ଶିବିର ଡ଼ା ଆର୍ତ୍ତବନ୍ଧୁ ନାୟକ ବାଣପୁର ବ୍ଲକ ସିଡ଼ିଏମଓ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.