Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେଗୁନିଆପଡା: ଅସହାୟ ଅବସ୍ଥାରେ ପଡିରହିଛନ୍ତି ୭୫ ବର୍ଷୀୟ ବୃଦ୍ଧ ଦାମ
ଆଞ୍ଚଳିକ

ବେଗୁନିଆପଡା: ଅସହାୟ ଅବସ୍ଥାରେ ପଡିରହିଛନ୍ତି ୭୫ ବର୍ଷୀୟ ବୃଦ୍ଧ ଦାମ

August 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଗୁନିଆପଡା (ଟୁକୁନା ପ୍ରଧାନ): ବାପା ମା’ ମାନେ ସନ୍ତାନ ଟିଏ ପାଇବା ପାଇଁ ଏଵଂ ତାକୁ ଲାଳନ ପାଳନ କରି ବଡ କରିବା ପାଇଁ କେତେ କଣ କରନ୍ତି। କିନ୍ତୁ ସେହି ପୁଅ ବଡ ହୋଇଗଲା ପରେ କେମିତି ବୃଦ୍ଧ ବାପା, ମା କୁ ଏକା କରି ଛାଡ଼ି ଦିଅନ୍ତି ଏବଂ ସେବା ବଦଳରେ ସେହି ବୃଦ୍ଧ ବାପା, ମାଙ୍କୁ କେମିତି ଏକୁଟିଆ ଅସହାୟ ଅବସ୍ଥାରେ ଛାଡି ଦିଅନ୍ତି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ। ସେହି ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଦାମ ପଢିଆଳି ଅସହାୟ ଅବସ୍ଥାରେ ପଡିରହିଛନ୍ତି ଘରେ।

ସୂଚନା ଅନୁଯାୟୀ ଦାମଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ। ପୁଅ ଝିଅ ମାନଙ୍କ ସବୁ ବିବାହ ସରିଛି। ଆଜକୁ ପ୍ରାୟ ଦୁଇବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। କିଛି ବର୍ଷ ହେଲାଣି କୌଣସି କାରଣରୁ ଦାମଙ୍କ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି। ବର୍ତ୍ତମାନ ଦୁଇ ମାସ ହେଲାଣି ଦାମଙ୍କ ଦୁଇ ପୁଅ ଏବଂ ବୋହୂ ମାନେ ବୁଢ଼ା ବାପାକୁ ଘରେ ଏକୁଟିଆ ଛାଡି ଦେଇ ଚାଲିଯାଇଛନ୍ତି। ଫଳରେ ୭୫ ବର୍ଷୀୟ ବୃଦ୍ଧ ଦାମ ଅସହାୟ ଅବସ୍ଥାରେ ପଡିରହିଛନ୍ତି। ସାହି ଲୋକ ପାଳିକରି ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି।

ଦାମଙ୍କ ଅସୁବିଧା ନେଇ ବେଗୁନିଆପଡ଼ା ଥାନାରେ ସେ ନିଜେ ଏବଂ ସାହି ବାସିନ୍ଦା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଦେଖାଯାଉ ଖବର ପ୍ରକାଶନ ପରେ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁଛି ନା ପୁଅ ବୋହୂ ମାନେ ଦାମଙ୍କୁ ନିଜ ପାଖରେ ରଖି ସେବା ଯତ୍ନ କରୁଛନ୍ତି ତାହା ଦେଖବାକୁ ବାକି ରହିଲା।

ବେଗୁନିଆପଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.