Categories
ଆଞ୍ଚଳିକ

ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଡାଙ୍ଗୁଆ ଗିରଫ, ବହୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପରିଚିତ ମନୋଜ ଡାଙ୍ଗୁଆକୁ ବେଗୁନିଆପଡ଼ା ପୋଲିସ ଗିରଫ କରିଛି। ଏବଂ ତାଙ୍କଠାରୁ ଦୁଇଟି ମାରଣାସ୍ତ୍ର, ଗୋଟିଏ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛି।

ସୁଚନା ଅନୁଯାୟୀ ଗିରଫ ମନୋଜ ନାମରେ ଖଲିକୋଟ ଥାନା ଓ ବେଗୁନିଆପଡ଼ା ଥାନା ରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ରାହାଜାନୀ ଭଳି ବହୁ ସାଂଘାତିକ ଅଭିଯୋଗକୁ ଭିତ୍ତି କରି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଯାହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଲିକୋଟ ଥାନା ଏସ୍ ଆଇ ଟୁନା ପିଡିକାଙ୍କ ନେତୃତ୍ୱରେ ପୋଲିସ ଟିମ ଖଲିକୋଟ ଥାନା ଅନ୍ତର୍ଗତ ନୁଆଁପଲୀ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ମନୋଜକୁ କାବୁ କରିଥିଲା। ଥାନାରେ ଜେରା କରିବା ପରେ ତାଙ୍କଠାରୁ ବହୁ ତଥ୍ୟ ହାସଲ କରିଥିଲା। ବିଭିନ୍ନ ଫୌଜଦାରୀ ମାମଲା ରୁଜୁ କରି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଷଣ୍ଢମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ ଏବଂ ଜୁନିୟର ରେଡକ୍ରସ ତରଫରୁ ରାସ୍ତାର ଉଭୟ ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା, ପ୍ରଧାନ ଶିକ୍ଷକ ଶ୍ରଦ୍ଧା ରଞ୍ଜନ ରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସ୍କାଉଟ୍ ପ୍ରଶିକ୍ଷକ, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଛାତ୍ରଛାତ୍ରୀ ଏବଂ ଅନ୍ୟ ମାନେ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ବେଗୁନିଆପଡାରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ବେଗୁନିଆପଡା (ଟୁକୁନା ପ୍ରଧାନ: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଜିର ଉଦଯାପିନୀ ଦିବସରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

ଆଜିକାର ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ଵର ବରାଡ଼, ମୁଖ୍ୟ ବକ୍ତାଭାବେ ଡଃ ବିଜୟାନନ୍ଦ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ କବୟିତ୍ରୀ କଳ୍ପଲତା ମହାପାତ୍ର, ଧର୍ମେନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା,କବିରାଜ ନାୟକ, ଅରୁଣ ମଣ୍ଡଳ, ଅଧ୍ୟାପିକା ମମତା କୁମାରୀ ପାଢି, ସଂଗୀତା କୁମାରୀ ସାହୁ, ଜୋସ୍ନା ନାୟକ, ରୁଷି ନାଥ ଚର୍ଚ୍ଚି, ଡିଇଓ ରାଜେଶ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏଥିରେ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଗତ ୨୫ତାରିଖ ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ହଂସତୁଳିରେ ଅଗ୍ନିକାଣ୍ଡ, ଛଅ ଜଣଙ୍କ ଘର ପୋଡି ନଷ୍ଟ

ବେଗୁନିଆପଡା ( ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡର ପ୍ରଭାବରେ ତ୍ରିନାଥ ପାତ୍ରଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡ ଫଳରେ ବହୁ ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କୋଦଳା ଅଗ୍ନିଶମ ବାହିନୀ ସମେତ ଗ୍ରାମବାସୀ ମାନେ ମିଶି ନିଆଁ କୁ ଆୟତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ପବିତ୍ର ଅଯୋଧ୍ୟା ଧାମ ଠାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଆଜି ଗ୍ରାମବାସୀ ଏବଂ ଭକ୍ତ ମାନେ ୧୦୮ ହନୁମାନ ରୂପ ହୋଇ ମହାପ୍ରଭୁ ଶ୍ରୀ ରଘୁନାଥ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତିଙ୍କୁ ନେଇ ହନୁମାନବାଟିକା ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ସମସ୍ତଙ୍କ ମୁଖରେ ଜୟ ଶ୍ରୀରାମ ଧ୍ବନୀରେ ବେଗୁନିଆପଡା କମ୍ପି ଉଠୁଥିଲା।

ଏଥିସହିତ ବେଗୁନିଆପଡ଼ା ବ୍ଳକ ର ନୂଆଁଗଡ଼ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଅଙ୍ଗାରଗାଁ, ତାଳସର ଗ୍ରାମରେ ନାମ ସଙ୍କୀର୍ତ୍ତନ ଶୋଭାଯାତ୍ରା, ନୂଆଗାଁ ରେ ମହନ୍ତ ଦାମୋଦର ଦାଶ ମହାରାଜ ଙ୍କ ନେତୃତ୍ଵରେ ହନୁମାନ ଚାଳିଶା ପାଠ, ସାଙ୍କୁଡ଼ା ରେ ପ୍ରସାଦସେବନ ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଏହି ଅବସରରେ ବେଗୁନିଆପଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Categories
ଆଞ୍ଚଳିକ

ସୁମଣ୍ଡଳରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ସୁମଣ୍ଡଳ ର ବିଭିନ୍ନ ଗ୍ରାମରେ ଭବ୍ୟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ କମଳଲୋଚନ ରାଉତ, ଶରତ ଚନ୍ଦ୍ର ପାଣ୍ଡି, ହର୍ଷ ବାରିକ, ଜ୍ଞାନ ପ୍ରସାଦ ପରିଡାଙ୍କ ସହ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ।

ଏ ନେଇ ସୁମଣ୍ଡଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।

Categories
ଆଞ୍ଚଳିକ

ବେଗୁନିଆପଡାରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି। ଏଥିରେ କଲେଜର ଅଧ୍ୟକ୍ଷ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏଥିରେ ପ୍ରଶିକ୍ଷିକା ଭାବେ ଦିବ୍ୟାନି ସାହୁ ଓ ପୁଜାରାଣୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା କୌଶଳ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବେଗୁନିଆପଡାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡ଼ିଶା,ନବୀନ ଓଡ଼ିଶା ତରଫରୁ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଆଜିର ଉଦଘାଟୀନ ଦିବସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାଷ୍ଟିକ୍ ମୁକ୍ତ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚେସ୍ ଏବଂ କ୍ୟାରମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

ଆଜିକାର ଉଦଘାଟୀନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା ମୁଖ୍ୟ ବକ୍ତା ଭାବେ ସମାଜସେବୀ ମହେଶ୍ୱର ବରାଡ ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା, କବିରାଜ ନାୟକ, ଅରୁଣ ମଣ୍ଡଳ, ଅଧ୍ଯାପିକା ମମତା କୁମାରୀ ପାଢି, ସଂଗୀତା କୁମାରୀ ସାହୁ, ଜୋସ୍ନା ନାୟକ ଡି ଇଓ ରାଜେଶ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଏଥିରେ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ଦିନ ଉଦଯାପିତ ହେବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଯୁବକଙ୍କ ମୃତ୍ୟୁ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଜଗତି ସାହିରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ ସୂଚନା। ସୂଚନା ମୁତାବକ ମୃତକ ଜଣଙ୍କ ହେଲେ ଉକ୍ତ ସାହିର ଜିତୁ ପ୍ରଧାନ (୩୩)। ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବିସ୍ପୋରଣ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Categories
ଆଞ୍ଚଳିକ

ସି ଏସ୍ ପି ମାନଙ୍କ ପକ୍ଷରୁ ତହସିଲଦାର ଏବଂ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଏସ୍ ବି ଆଇ ବ୍ୟାଙ୍କ ସି ଏସ୍ ପି ମାନଙ୍କ ପକ୍ଷରୁ କୋଦଳା ତହସିଲଦାର ଏବଂ ବେଗୁନିଆପଡ଼ା ବିଡିଓ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ମୁତାବକ ଦିର୍ଘ ଦିନ ହେଲାଣି ବିଭିନ୍ନ ପଞ୍ଚାୟତ ମାନଙ୍କରେ ଏସ୍ ବି ଆଇ ବ୍ୟାଙ୍କ ପକ୍ଷରୁ ସି ଏସ୍ ପି ଖୋଲି ଜନସାଧାରଣ ମାନଙ୍କୁ ଟଙ୍କା ଦେଣ ନେଣ ଦିଗରେ ସହାୟତା କରିଆସୁଥିଲେ। ବର୍ତ୍ତମାନ ସେହି ସ୍ଥାନ ମାନଙ୍କରେ ନୂତନ ସି ଏସ୍ ପି ନିଯୁକ୍ତି କରିବା ପାଇଁ ମସୁଧା ଚାଲିଥିବା ଖବର ପାଇ ଆଜି ବେଗୁନିଆପଡା ବ୍ଳକ୍ ଅଞ୍ଚଳରେ କାର୍ଯ୍ୟରତ ସି ଏସ୍ ପି ମାନଙ୍କ ପକ୍ଷରୁ ସେହି ସ୍ଥାନରେ ନୂତନ ସି ଏସ୍ ପି ନିଯୁକ୍ତି ନ ଦେବା ପାଇଁ ଏକ ଲିଖିତ ଦାବୀପତ୍ର ତହସିଲଦାର ଏବଂ ବିଡିଓ ଙ୍କୁ ପ୍ରଦାନ କରିଛନ୍ତି।

Categories
ଆଞ୍ଚଳିକ

ବେଗୁନିଆପଡା: ବଜ୍ରପାତରେ ଗାଈ ମୃତ୍ୟୁ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ସାହି ଲକ୍ଷ୍ମି ଭୂୟାଁ ଙ୍କ ଗାଇ ବଜ୍ରପାତରେ ମୃତ୍ୟୁ ବରଣ କରିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ବର୍ଷା ସହ ବଜ୍ରପାତ ଯୋଗୁଁ ଗୁହାଳରେ ଥିବା ଲକ୍ଷ୍ମି ଭୂୟାଁଙ୍କ ଗାଇର ମୃତ୍ୟୁ ଘଟିଛି। ଏ ନେଇ ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ବେଗୁନିଆପଡା: ଅସହାୟ ଅବସ୍ଥାରେ ପଡିରହିଛନ୍ତି ୭୫ ବର୍ଷୀୟ ବୃଦ୍ଧ ଦାମ

ବେଗୁନିଆପଡା (ଟୁକୁନା ପ୍ରଧାନ): ବାପା ମା’ ମାନେ ସନ୍ତାନ ଟିଏ ପାଇବା ପାଇଁ ଏଵଂ ତାକୁ ଲାଳନ ପାଳନ କରି ବଡ କରିବା ପାଇଁ କେତେ କଣ କରନ୍ତି। କିନ୍ତୁ ସେହି ପୁଅ ବଡ ହୋଇଗଲା ପରେ କେମିତି ବୃଦ୍ଧ ବାପା, ମା କୁ ଏକା କରି ଛାଡ଼ି ଦିଅନ୍ତି ଏବଂ ସେବା ବଦଳରେ ସେହି ବୃଦ୍ଧ ବାପା, ମାଙ୍କୁ କେମିତି ଏକୁଟିଆ ଅସହାୟ ଅବସ୍ଥାରେ ଛାଡି ଦିଅନ୍ତି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ। ସେହି ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଦାମ ପଢିଆଳି ଅସହାୟ ଅବସ୍ଥାରେ ପଡିରହିଛନ୍ତି ଘରେ।

ସୂଚନା ଅନୁଯାୟୀ ଦାମଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ। ପୁଅ ଝିଅ ମାନଙ୍କ ସବୁ ବିବାହ ସରିଛି। ଆଜକୁ ପ୍ରାୟ ଦୁଇବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। କିଛି ବର୍ଷ ହେଲାଣି କୌଣସି କାରଣରୁ ଦାମଙ୍କ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି। ବର୍ତ୍ତମାନ ଦୁଇ ମାସ ହେଲାଣି ଦାମଙ୍କ ଦୁଇ ପୁଅ ଏବଂ ବୋହୂ ମାନେ ବୁଢ଼ା ବାପାକୁ ଘରେ ଏକୁଟିଆ ଛାଡି ଦେଇ ଚାଲିଯାଇଛନ୍ତି। ଫଳରେ ୭୫ ବର୍ଷୀୟ ବୃଦ୍ଧ ଦାମ ଅସହାୟ ଅବସ୍ଥାରେ ପଡିରହିଛନ୍ତି। ସାହି ଲୋକ ପାଳିକରି ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି।

ଦାମଙ୍କ ଅସୁବିଧା ନେଇ ବେଗୁନିଆପଡ଼ା ଥାନାରେ ସେ ନିଜେ ଏବଂ ସାହି ବାସିନ୍ଦା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଦେଖାଯାଉ ଖବର ପ୍ରକାଶନ ପରେ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁଛି ନା ପୁଅ ବୋହୂ ମାନେ ଦାମଙ୍କୁ ନିଜ ପାଖରେ ରଖି ସେବା ଯତ୍ନ କରୁଛନ୍ତି ତାହା ଦେଖବାକୁ ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର

୫ ଟି ସଚିବଙ୍କ ବେଗୁନିଆପଡ଼ାରେ ଜନ ଅଭିଯୋଗ ଶୁଣାଣି

ବେଗୁନିଆପଡା (ଟୁକୁନା ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି। ଆଜି ସକାଳେ ପ୍ରଥମେ ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ଠାରେ ସାଧାରଣ ସଭାରେ ଯୋଗ ଦେଇ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ମିଶନ୍ ଶକ୍ତି ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି।
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି ୫ ଟି ସଚିବ।

ବୁରୁଝୁରୀ ବାଲିବଣ ସ୍ଥିତ ଶନି ମନ୍ଦିର ପଡ଼ିଆରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ୫ ଟି ସଚିବ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍‌ ଓ ଏନ୍‌ ଏ ସି, ବେଗୁନିଆପଡ଼ା ବ୍ଲକ୍‌, କୋଦଳା ଏନ୍‌ଏସିର ହଜାର ହଜାର ଲୋକଙ୍କ ସମାଗମ ସେଠି ଦେଖିବାକୁ ମିଳିଥିଲା। ୫-ଟି ସଚିବ ଲୋକଙ୍କ ଅଭିଯୋଗ, ଅନୁରୋଧ ଶୁଣି ସମସ୍ୟାର ସମାଧାନ ତଥା ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାର ଆଶ୍ଵାସନା ଦେଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ସ୍କୁଲ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ୫-ଟି ରୂପାନ୍ତରଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ୫-ଟି ସଚିବ। ଏଥିରେ ଗଞ୍ଜାମ ଜିଲ୍ଲାପାଳ ସମେତ ବିଭିନ୍ନ ଥାନା ଅଧିକାରୀ ଏବଂ ତହସିଲଦାର, ବିଡିଓ, ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସର୍ବ ଭାରତୀୟ ପରୀକ୍ଷା ନିଟରେ କୃତକାର୍ଯ୍ୟ ହୋଇ ବେଗୁନିଆପଡା ପାଇଁ ଗୌରବ ଆଣିଲେ ଏମ. ଶୃତୀ ସାଗରିକା

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) -୨୦୨୦ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବେଗୁନିଆପଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଏମ. ଶୃତୀ ସାଗରିକା ରାଓ। ସର୍ବ ଭାରତୀୟ ସ୍ତରରେ ନିଟ ପରୀକ୍ଷାରେ ମୋଟ ୭୨୦ ମାର୍କରୁ ୬୪୩ ମାର୍କ ରଖି କୃତକାର୍ଯ୍ୟ ହେବା ସହ ସର୍ବ ଭାରତୀୟ ସ୍ତରରେ ୫୨୧୦ ସ୍ଥାନ ରଖି ବେଗୁନିଆପଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଏମ. ଶୃତୀ ସାଗରିକା।

ବେଗୁନିଆପଡା ବାସିନ୍ଦା ଏମ. କ୍ରିଷ୍ଣା ରାଓ ଓ ଆର ପ୍ରମିଳା ରାଓଙ୍କ ଝିଅ ହେଉଛନ୍ତି ଶୃତୀ ସାଗରିକା। ତାଙ୍କରି ଏହି ସଫଳତା ପାଇଁ ସେ ପରିବାର ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

Categories
ଆଞ୍ଚଳିକ

କରୋନା କଟକଣାରେ ବେଗୁନିଆପଡା ବ୍ଲକରେ ମା’ ଦୁର୍ଗାଙ୍କ ପୂଜା

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିଷା ମର୍ଦ୍ଧିନୀ ମା’ ଦୁର୍ଗା। ମା’ ଙ୍କ ଆଗମନ ପାଇଁ ଗାଁ ଠୁ ସହର ଚଳଞ୍ଚଚଳ। କୋଭିଡ କଟକଣା ଭିତରେ ବେଗୁନିଆପଡା ବ୍ଲକ ବଡ଼ଖଇରଖମା ପଞ୍ଚାୟତର ପାଇକପଡାରେ ଆରମ୍ଭ ହୋଇଛି ମା’ ଙ୍କର ପୂଜା ଅର୍ଚ୍ଚନା। ତେବେ ଚଳିତ ବର୍ଷ ବିନା ଭକ୍ତରେ କରୋଣ କଟକଣାରେ ମା’ ଙ୍କର ଦଶମୀ ପୂଜା କରାଯାଇଛି।

ପାଇକପଡା ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ମା’ ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡଲାଇନ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସେହିପରି ବେଗୁନିଆପଡା ବସଷ୍ଟାଣ୍ଡ, କଞ୍ଚଣା ଛକ ଠାରେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ପୂଜା ଆରମ୍ଭ ହୋଇଥିବା ବେଳ ଶାଙ୍କୁଡ଼ା ଓ କେ.ବରିଡା ଠାରେ ମଧ୍ୟ ପୂଜା ଆରମ୍ଭ ହୋଇଛି। ପୂଜା ଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

କୋଭିଡ -୧୯ ଏବଂ ପ୍ରଶାସନର ନିୟମ ଅନୁଯାୟୀ ସବୁ ସ୍ଥାନରେ ୪ ଫୁଟର ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। ସାମାଜିକ ଦୂରତା ରଖି ଭକ୍ତ ମାନେ ମା’ ଙ୍କୁ ଦର୍ଶନ କରୁଥିବା ବେଳେ ପୂଜା ମଣ୍ଡପରେ ମଧ୍ୟ ସାମାଜିକ ଦୂରତା ରଖିବା ପାଇଁ ପରାମର୍ଶ ଦିଆଯାଉଛି।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ଗସ୍ତ: କେ.ବରିଡା ସ୍ଥିତ ନିର୍ମାଣାଧୀନ ପାର୍କର ଅଗ୍ରଗତି ନେଇ କଲେ ସମୀକ୍ଷା

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ। ମଙ୍ଗଳବାର ଦିନ ଜିଲ୍ଲାପାଳ କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ନିର୍ମାଣାଧୀନ ପାର୍କର ଅଗ୍ରଗତିର ସମୀକ୍ଷା କରିଛନ୍ତି। ନିର୍ମାଣଧୀନ ପାର୍କର ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ। ମନରେଗା ଯୋଜନା ଏବଂ ପଂଚାୟତ ପାଣ୍ଠିରୁ ଆସିଥିବା ଅନୁଦାନରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଧାନ ସଂଗ୍ରହପାଇଁ ପଞ୍ଜିକରଣ ପକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବୈଠକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ଆଗୁଆ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେଗୁନିଆପଡା ବ୍ଲକ ଓଏଲମ କକ୍ଷରେ ସୋସାଇଟ ସମ୍ପାଦକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ସେମାନଙ୍କ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତିରେ କେଉଁଭଳି ଭାବେ ପଞ୍ଜିକରଣ କରିବେ ସେଥିପାଇଁ ସମ୍ପାଦକମାନେ ଚାଷୀଙ୍କୁ ସହଯୋଗ କରିବେ। ସେମାନଙ୍କ ଠାରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଏହାକୁ ତୁରନ୍ତ ପଞ୍ଜିକରଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ବିଗତ ବର୍ଷ ବେଗୁନିଆପଡା ବ୍ଲକରେ ୬୦୦୩ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ୩୦୦୦ ଚାଷୀ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ କହିଥିଲେ।

ଏଥିସହ ବ୍ଲକରେ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମବାୟ ସମିତିର ସମ୍ପାଦକ ମାନଙ୍କୁ କହିଥିଲେ ଯୋଗାଣ ଅଧିକାରୀ। ପଞ୍ଜିକରଣ ପାଇଁ ଚାଷୀଙ୍କ ଠାରୁ ଗ୍ରହଣ କରୁଥିବା ଫର୍ମ ନିର୍ଭୁଲ ଭାବେ ପୂରଣ କରିବା ସହ ବର୍ଷ ୨୦୨୦/୨୧ ପାଇଁ କାଟିଥିବା ସିସ୍ତୂକୁ ଗ୍ରହଣ କରିବା ପାଇଁ କହିଥିଲେ ତହସିଲଦାର। ଏଥିସହ ବର୍ତ୍ତମାନ କରୋନା ମହାମାରୀର ସମୟ ଚାଲିଥିବା ଯୋଗୁଁ ସମ୍ପାଦକ ମାନେ ସମବାୟ ସମିତିରେ ସାନିଟାଇଜର ଓ ଚାଷୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ କହିବାକୁ କହିଥିଲେ ବିଡ଼ିଓ। ନିଜେ ଗ୍ଳୋବ୍ସ ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରି କାର୍ଯ୍ୟ କରିବା ପାଇଁ କହିଥିଲେ ବିଡ଼ିଓ। ଏହି ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡା ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଯୋଗାଣ ଅଧିକାର ଏବଂ ସମବାୟ ସମିତି ସମ୍ପାଦକ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଓଡିଶା ମୋ ପରିବାର ତରଫରୁ ବେଗୁନିଆପଡାରେ ରକ୍ତ ଦାନ ଶିବିର

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବେଗୁନିଆପଡା ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ ବେଦବର ପ୍ରଧାନ, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ  ଭ୍ୟାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମଚାରୀ ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସିବିଏସଇ ଦଶମ ପରୀକ୍ଷା ଫଳ ଟପ୍ ଟେନରେ ସନ୍ଧ୍ୟା ପ୍ରିୟଦର୍ଶିନୀ, ଶୁଭେଚ୍ଛା ଜଣାଇଲେ 5T ସଚିବ ଏବଂ ବିଧାୟିକା ଲତିକା

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା, ଏବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭ ଦଶମିକ ୨ ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫେରସିଂରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି |

ତାଙ୍କର ଏହି ସଫଳତା ପାଇଁ 5T ସଚିବ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବ୍ୟକ୍ତିଗତ ଭାବରେ ଭେଟିବା ସମ୍ଭବ ହୋଇପାରୁ ନଥିବା ବେଳେ ଭିଡିଓ କନଫେରସିଂ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଏଥିସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଭିଡିଓ କନଫେରସିଂ ମାଧ୍ୟମରେ ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କ ସହିତ ଆଲୋଚନା କରି ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |ତାଙ୍କର ଏହି ସଫଳତା ବେଗୁନିଆପଡା ବ୍ଲକ ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ବିଧାୟିକା |

ଏଥିସହ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିବା ସହ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା |ସନ୍ଧ୍ୟା ପ୍ରିୟଦର୍ଶିନୀ ଏହି ବ୍ଲକ୍ ଅନ୍ତର୍ଗତ ପାଇକପଡ଼ା ସ୍ଥିତ ଶ୍ରୀ ବଟେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକ ଓ ସ୍ଵପ୍ନାଞ୍ଜଳି ପଟ୍ଟନାୟକଙ୍କ ଏକମାତ୍ର ଝିଅ l

ରାଜପୁର ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ଶତ ପ୍ରତିଶତ ଫଳ ହୋଇଥିବା ବେଳେ ୫୪ ଜଣ ପାସ୍ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଉ ୪ ଜଣ ୫୦ ପ୍ରତିଶତ ରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି l

Categories
ଆଜିର ଖବର ରାଜ୍ୟ ଖବର

ବେଗୁନିଆପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା : ଜୁଲାଇ ମାସରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ପ୍ରତିଦିନ ୪୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ଜୁଲାଇ ମାସରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ହେଲେ ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେଗୁନିଆପଡା ବ୍ଲକ ବେଗୁନିଆପଡା ପଞ୍ଚାୟତର ଜଗତି ଏବଂ ବେଗୁନିଆପଡାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ଠାରୁ 10 ଜଣ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଖଣ୍ଡିଆନଇ ପଞ୍ଚାୟତର ଦେଉଳିଆପଡା,ବି.ଜଗନ୍ନାଥପୁର,ଗେଞ୍ଜେରାପଲ୍ଲୀ,ଖଣ୍ଡିଆନଇ ଏବଂ କେ.ମର୍ଦ୍ଦାରଜପୁର କୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ |

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟଙ୍କା ବଣ୍ଟାକୁ କେନ୍ଦ୍ର କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଆହତ

ପିଣ୍ଟୁ ବିଶୋୟୀ
ବେଗୁନିଆପଡ଼ା: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ୫ ଜଣ ଆହତ ହେବା ପରେ ବେଗୁନିଆପଡ଼ା ଫାଣ୍ଡିରେ ଦୁଇ ଜଣଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଏତଲା ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ୍ ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଗ୍ରାମର ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ କୁ ଯାଇ ଟଙ୍କା ଡିପୋଜିଟ୍ କରିବା ସମୟରେ କଥା କଟାକଟି ହେବା ସହ ହାତାହାତି ହୋଇଥିଲା। ପରେ ଉଭୟ ପକ୍ଷ ଗ୍ରାମକୁ ଫେରି ଆସିଥିଲେ। ଗତକାଲି ରାତିରେ ବୈଠକ ଚାଲିଥିବା ସମୟରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରି ଆହତ ହୋଇଥିଲେ। ଉଭୟ ପକ୍ଷରୁ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେବାପରେ ଏ ଏସ୍ ଆଇ ଶିଶିର ପ୍ରଧାନ ଘଟଣାର ତଦନ୍ତ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।