ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଡାଙ୍ଗୁଆ ଗିରଫ, ବହୁ ମାରଣାସ୍ତ୍ର ଜବତ

Published: Mar 12, 2024, 1:48 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପରିଚିତ ମନୋଜ ଡାଙ୍ଗୁଆକୁ ବେଗୁନିଆପଡ଼ା ପୋଲିସ ଗିରଫ କରିଛି। ଏବଂ ତାଙ୍କଠାରୁ ଦୁଇଟି ମାରଣାସ୍ତ୍ର, ଗୋଟିଏ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛି।

ସୁଚନା ଅନୁଯାୟୀ ଗିରଫ ମନୋଜ ନାମରେ ଖଲିକୋଟ ଥାନା ଓ ବେଗୁନିଆପଡ଼ା ଥାନା ରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ରାହାଜାନୀ ଭଳି ବହୁ ସାଂଘାତିକ ଅଭିଯୋଗକୁ ଭିତ୍ତି କରି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଯାହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଲିକୋଟ ଥାନା ଏସ୍ ଆଇ ଟୁନା ପିଡିକାଙ୍କ ନେତୃତ୍ୱରେ ପୋଲିସ ଟିମ ଖଲିକୋଟ ଥାନା ଅନ୍ତର୍ଗତ ନୁଆଁପଲୀ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ମନୋଜକୁ କାବୁ କରିଥିଲା। ଥାନାରେ ଜେରା କରିବା ପରେ ତାଙ୍କଠାରୁ ବହୁ ତଥ୍ୟ ହାସଲ କରିଥିଲା। ବିଭିନ୍ନ ଫୌଜଦାରୀ ମାମଲା ରୁଜୁ କରି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts