Categories
ଆଞ୍ଚଳିକ

ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଡାଙ୍ଗୁଆ ଗିରଫ, ବହୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପରିଚିତ ମନୋଜ ଡାଙ୍ଗୁଆକୁ ବେଗୁନିଆପଡ଼ା ପୋଲିସ ଗିରଫ କରିଛି। ଏବଂ ତାଙ୍କଠାରୁ ଦୁଇଟି ମାରଣାସ୍ତ୍ର, ଗୋଟିଏ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛି।

ସୁଚନା ଅନୁଯାୟୀ ଗିରଫ ମନୋଜ ନାମରେ ଖଲିକୋଟ ଥାନା ଓ ବେଗୁନିଆପଡ଼ା ଥାନା ରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ରାହାଜାନୀ ଭଳି ବହୁ ସାଂଘାତିକ ଅଭିଯୋଗକୁ ଭିତ୍ତି କରି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଯାହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଲିକୋଟ ଥାନା ଏସ୍ ଆଇ ଟୁନା ପିଡିକାଙ୍କ ନେତୃତ୍ୱରେ ପୋଲିସ ଟିମ ଖଲିକୋଟ ଥାନା ଅନ୍ତର୍ଗତ ନୁଆଁପଲୀ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ମନୋଜକୁ କାବୁ କରିଥିଲା। ଥାନାରେ ଜେରା କରିବା ପରେ ତାଙ୍କଠାରୁ ବହୁ ତଥ୍ୟ ହାସଲ କରିଥିଲା। ବିଭିନ୍ନ ଫୌଜଦାରୀ ମାମଲା ରୁଜୁ କରି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଗୋପୀ ବେହେରା ଉକ୍ତ ଗ୍ରାମର ପର୍ଶୁରାମ ପାଇକରାୟଙ୍କ ବେକକୁ ଛୁରି ଦ୍ୱାରା ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପର୍ଶୁରାମ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଚାନ୍ଦପୁର ପୋଲିସ ଗୋପୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସେହିପରି ଭାବେ ୨୦୦୯ ମସିହାରେ ଜଣେ ବ୍ୟକ୍ତିଙ୍କୁ ଏକାଧିକ ଦୁର୍ବୁତ୍ତ ମାନେ ହତ୍ୟା କରି ଏକ କୂଅରେ ଫୋପାଡିଦେଇଥିଲେ। ଉକ୍ତ ମାମଲାରେ ଫେରାର ଥିବା ଉପେନ୍ଦ୍ର ପୁର ଗ୍ରାମର ସିନ୍ଧୁ ସାଗର ଜେନାଙ୍କୁ ଗତକାଲି ରାତିରେ ଚାନ୍ଦପୁର ପୋଲିସ ଗିରଫ କରିଛି।  ଏହି ଗିରଫ ଅଭିଯାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ, ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହେରା ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ଦେଖାଇ ଲୁଟ୍ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ: ଦୁର୍ଦ୍ଦାନ୍ତ ଅପରାଧୀ ଦ୍ଵୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡ ପୁର ରେଳବାଇ ଫାଟକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟଙ୍କ ଠାରୁ ଲୁଟିବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଦେଖାଇ ସମ୍ପୃକ୍ତ ବ୍ୟବସାୟଙ୍କ ଠାରୁ ୩୪ ହଜାର ଟଙ୍କା ଛଡାଇ ନେଇଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଦୁର୍ବୃତ୍ତ ଦ୍ୱୟ ଧରା ପଡିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ଠାରୁ ଖସିଜୀବା ପାଇଁ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ।

ସୂଚନା ଅନୁଯାୟୀ, ଗତ କାଲି ବଡି ଭୋରରେ ଭୁଷଣ୍ଡପୁର ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ୩୪ ହଜାର ଟଙ୍କା ଲୁଟିନେଇଥିଲେ। ହେଲେ ପୂର୍ଣ୍ଣଚନ୍ଦ୍ର ସେଠାରେ ଚିତ୍କାର କରିବାରୁ ଦୁର୍ବୃତ୍ତ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଥିଲେ। ସେଠାରୁ ଦୁର୍ବୃତ୍ତ ଦ୍ୱୟ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଉତ୍ୟକ୍ତ ଲୋକେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଟାଙ୍ଗି ପୋଲିସ୍ ପାଟ୍ରୋଲିଂ ଗାଡି ପହଂଚି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। ଏମାନଙ୍କ ନାମରେ ପୂର୍ବରୁ ଚାନ୍ଦପୁର ଥାନାରେ ୭ ରୁ ଅଧିକ ଡକାୟତି ମାମଲା ରହିଛି। ଗିରଫ ରାଜା ଚାନ୍ଦପୁର ଥାନା ଅଂଚଳରେ ବିଭନ୍ନ ଅପରାଧ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ପୋଲିସ୍ ତାକୁ ଧରିବାରେ ସଫଳ ହୋଇପାରୁନଥିଲା।

ଗତ କିଛି ଦିନ ତଳେ ରାଜା ଚାନ୍ଦପୁର ବଜାରରେ ଥିବା ଏକ ମଦ ଦୋକାନ ନିକଟରେ ଗୁଳି ଫୁଟାଇ ଭୟଭୀତ କରିବା ସହ କନ୍ଧ ନୟାଗଡ ଆରଏସଏସ କାର୍ଯ୍ୟାଳୟ ଉପରକୁ ଗୁଳି ଚଳାଇ ଆତଙ୍କ ସ୍ରୁସୃଷ୍ଟି କରୁଥିଲା। ଦୁର୍ଦ୍ଦାନ୍ତ ଅପରାଧୀ ରାଜାକୁ ଟାଙ୍ଗୀ ପୋଲିସ୍ ଗିରଫ କରିବା ପରେ ଚାନ୍ଦପୁର ଅଂଚଳରେ ଲୋକେ ଖୁସି ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଏବଂ ନକଦ ୩୪ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଦ୍ୱୟ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ମଧୁବନ ସାହିର ନିଶିକାନ୍ତ ଓରଫ ରାଜା ବେହେରା (୨୮ ବର୍ଷ) ଏବଂ ଆଉ ଜଣେ ବାଲୁଗାଁର ଉଦ୍ଧବ ବେହେରା (୨୫ ବର୍ଷ) ବୋଲି ଜଣାପଡିଛି। ଟାଙ୍ଗୀ ମେଡିକାଲରେ ଗିରଫ ରାଜାର ଚିକିତ୍ସା ଜାରି ରହିଛି।

ଟାଙ୍ଗୀ ଆଇଆଇସି ବିଜୟ ମଲିକ ଏହାର ତଦନ୍ତ ଜାରି ରଖିଥିବା ବେଳେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଏହି ଘଟଣା ଉପରେ କଡା ନଜର ରଖିଛନ୍ତି। ଅଭିଯୁକ୍ତଙ୍କ ନାମରେ ଟାଙ୍ଗୀ ଥାନାରେ କେସ ନଂ ୨୪୬/୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ପାଠକ ଗିରଫ

ଝାରସୁଗୁଡା: ଝାରସୁଗୁଡା ପୋଲିସ ଝାରପଡା ଜେଲରେ ଥିବ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁଘୋଷର ଅନ୍ୟତମ ସହଯୋଗୀ ଅଜୟ ପାଠକକୁ ଗିରଫ କରିଛି। ସୋନୁ ସହ ମିଶି ଅନେକ ଅପରାଧ ଘଟାଇଥିବା ଅଜୟର ଗତିବିଧିକୁ ପୋଲିସ କିଛିଦିନରୁ ଲକ୍ଷ୍ୟ ରଖିବା ପରେ ତାଘରେ ଗତରାତିରେ ଅଚାନକ ଚଢାଉ କରି ଏକ ବେଆଇନ୍ ଦେଶୀ ବନ୍ଧୁକ ସହ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେବା ସମୟରେ ଅଜୟ ନାଁରେ ବ୍ରଜରାଜନଗର ଥାନାରେ ପୁର୍ବରୁ ଦୁଇଟି ଅପରାଧିକ ମାମଲା ରହିଥିବା ବେଳେ ସେ ରାଜ୍ୟର ଅନ୍ୟ ଥାନା ସହ ପଡୋଶୀ ଝାଡଖଣ୍ଡରେ ଅନେକ ମାମଲାରେ ସଂପ୍ରୁକ୍ତ ଥିବା ସୁଚନା ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଗଂଜେଇ ଚାଲାଣ ବେଳେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ତଳେ ବଡ଼ବଜାର ଥାନା ପ୍ରହ୍ଲାଦ ନଗର ଅଂଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଥିବାବେଳେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗଂଜେଇ ଚାଲାଣ ବେଳେ କାବୁ କରିଛି ବୈଦ୍ୟନାଥପୁର ପୋଲିସ୍।

ଘଟଣାରୁ ପ୍ରକାଶ ଯେ ଆଜି ପ୍ରାତଃସକାଳେ ବୈଦ୍ୟନାଥପୁର ଥାନାରେ ଏସ୍‌ଆଇ ବିଭୂତି ଭୂଷଣ ସେଠୀ ଏବଂ ଏଏସ୍‌ଆଇ ଗୋପାଳ ରେଡ଼ୀ ଅନ୍ୟାନ୍ୟ ଷ୍ଟାଫ୍ ସହ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବାବେଳେ ସଂଦେହରେ ଖୋଡ଼ାସିଂ ଓଭରବ୍ରିଜ୍ ତଳେ ନମ୍ବର ବିହିନ ହିରୋହୋଣ୍ଡା ବାଇକ୍‌ରେ କିଛି ସାମଗ୍ରୀ ଧରି ଯାଉଥିବା ଜନୈକ ଯୁବକକୁ ଅଟକାଇଥିଲେ। ଦୁର୍ଦ୍ଦାନ୍ତ ଅପରାଧୀ ପୁରୁଣା ବ୍ରହ୍ମପୁର ଗଣେଶ ନଗରର ସାଗର ମୁଳି ଏକ ନମ୍ବର ବିହୀନ ଗାଡ଼ିରେ ଗଂଜେଇ ଚାଲାଣ କରୁଥିବା ବେଳେ ତା’ ନିକଟରୁ ଦୁଇଟି ବେଗ୍‌ରେ ଭର୍ତ୍ତି କରିଥିବା ୨୮ କେଜି ୪୫୦ ଗ୍ରାମ ଗଂଜେଇ ଜବତ କରିଥିଲେ।

ସୂଚନାଯୋଗ୍ୟ ସାଗର ମୁଳି (୨୦) ସିରିଜ୍ ଅପରାଧୀକ ମାମଲାରେ ସାମିଲ ରହିଛି। ତା’ ନାମରେ ବଡ଼ବଜାର ଥାନାରେ କେସ ନଂ ୧୫୧/୨୬.୭.୨୦୧୮, ବୈଦ୍ୟନାଥପୁର ଥାନାରେ ୪୬/୨୦୧୭, ବଡ଼ବଜାର ଥାନାରେ ୨୦୯/୨୦୨୦ ଏବଂ ଗୋଳନ୍ଥରା ଥାନାରେ ୩୩୮/୨୦୨୦ରେ ମାମଲା ରୁଜୁ ରହିଛି। ଆଜିର ଘଟଣାରେ ଏସ୍‌ଆଇ ଅଂଜଳି ବେହେରା ଅନୁସନ୍ଧାନ ଅଧିକାରୀ ଥିବାବେଳେ ଥାନା କେସ ନଂ ୨୭୯/୨୦୨୦ ୟୁ/ଏସ୍ ୨୦(ବି), ଏଡ଼୍‌ପିସି ଆକ୍ଟରେ ମାମଲା ରୁଜୁ ହୋଇ ଗିରଫ କରାଯାଇଛି।