ଗୋଟିଏ ଦିନରେ ପ୍ରଭାତ ଧରିଲେ ୪ ନାଗସାପ

Published: Aug 27, 2023, 12:05 pm IST

କୁଜଙ୍ଗ: ବିନା ସରକାରୀ ପ୍ରଶିକ୍ଷଣ ଓ ପ୍ରୋତ୍ସାହନରେ କୁଜଙ୍ଗ ଅଂଚଳର ସ୍ଵେଚ୍ଛାସେବୀ ପ୍ରଭାତ ବେହେରା (ବାବୁନି) ଦିନକୁ ଦିନ ସାପ ଧରିବାରେ ରେକର୍ଡ କରି ଚାଲିଛନ୍ତି। ସେ ପୂର୍ବରୁ ଗୋଟିଏ ଦିନରେ ୬ ଟି ନାଗସାପ ଉଦ୍ଧାର କରିଥିବାବେଳେ ଆଜି ୪ଟି ନାଗ ସାପ ଉଧାର କରିଥିବା ଜଣାପଡ଼ିଛି।

ଶ୍ରୀ ବେହେରା ଆଜି ସମାଗୋଳର ଦୁଲେଇ କଳ ଘରୁ, ବଳରାମପୁର ଗ୍ରାମର ସୁବାଷ ବେହେରାଙ୍କ ଶୌଚାଳୟରୁ, ଗୋପିଆକୁଦ ପଂଚାୟତ ଗୋଠଡିଆ ଗ୍ରାମର କୁଳମଣୀ ସାମଲଙ୍କ ରୋଷେଇ ଘରୁ ଓ କୁଜଙ୍ଗ ବଜାରର ନିକୁ ଚାହା ଦୋକାନ ନିକଟରୁ ଗୋଟିଏ ,ସେହିପରି ମୋଟ ୪ଟି ନାଗସାପ ଉଧାର କରିଥିବା ଜଣାପଡ଼ିଛି। ନିଜସ୍ୱ ଖର୍ଚ୍ଚରେ ଜୀବନକୁ ବିପନ୍ନକରି ପ୍ରଭାତ ଏହିଭଳି ଭାବେ ଲୋକସେବା ଜାରି ରଖିଛନ୍ତି।

ତେବେ ତାଙ୍କୁ ସରକାରୀ ଭାବେ ପ୍ରଶିକ୍ଷଣ, ପୋତ୍ସାହନ ଓ ଆର୍ଥିକ ଭାବେ ସହାୟତା ପ୍ରଦାନ କଲେ ସେ ଆଗକୁ ଏହି କ୍ଷେତ୍ରରେ ଅଧିକ କାର୍ଯ୍ୟ କରିପାରେିବେ ବୋଲି କୁଜଙ୍ଗ ଅଂଚଳର ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି।

Related posts