ପଢାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ

Published: Aug 30, 2023, 10:57 am IST

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆସିକା ବ୍ଲକ ଜୟପୁର ପଂଚାୟତର ପଢାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନି ନମ୍ବର ଜିଲ୍ଲା ପରିଷଦ ଜୋନ ସଦସ୍ୟ ଡି ମନୋଜ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିସିରା ମେଡିକାଲ ମୁଖ୍ୟ ଅଧିକାରୀ ମଧୁସୂଦନ ବାରିକ, ପଢାଳ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ପାଣିଗ୍ରାହୀ, ପୂର୍ଵତନ ଜିଲ୍ଲା ପରିଷଦ ସଦସ୍ୟ ରାଜେଶ ପଟ୍ଟଟନାୟକ, ଜୟପୁର ସରପଞ୍ଚ ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ପଢାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ ମୁଖ୍ୟ ଫାଟକ, ଅସଂପୂର୍ଣ୍ଣ କାନ୍ଥକୁ ସଂପୂର୍ଣ୍ଣ କରିବା, ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଲେବ୍ରୋଟାରି ଟେକନିସିଆନ କର୍ମଚାରୀ ନିଯୁକ୍ତି, ସମେତ ଆଗାମୀ ବର୍ଷ ପାଇଁ ଦେଢ଼ ଲକ୍ଷ ଟଙ୍କା ବ୍ୟୟ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ, ସ୍ୱୟଂ ସହାୟକ ଦଳ ର ସଭାନେତ୍ରୀ, ସମ୍ପାଦିକା ଏବଂ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।

Related posts