ଟାଙ୍ଗୀ: ହାଟବରଡ଼ି ତରାପି ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

Published: Aug 31, 2023, 10:36 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟବରଡ଼ି ତରାପି ରୋଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ନଇରୀ ଗ୍ରାମର ଜୟ ବେହେରାଙ୍କ ପୁତ୍ର ରାଜେଶ ବେହେରା ବୋଲି ଜଣାପଡିଛି।

କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ସୂଚନା ମୁତାବକ ଗତକାଲି ରାତିରେ ଏକ ବାଇକରେ ରାଜେଶ ଓ ତାଙ୍କ ସହଯୋଗୀ ହାଟବରଡ଼ି ତରାପି ରୋଡରେ ଯାଉଥିବା ବେଳେ ଅସାବଧାନତା ବଶତଃ ଏକ ଗଛରେ ବାଇକକୁ ପିଟିଦେଇଥିଲେ। ଫଳରେ ଉଭୟ ଘଟଣାସ୍ଥଳରେ ବାଇକରୁ ତଳେ ପଡ଼ିଯାଇଥିଲେ। ସୂଚନା ପାଇ ଦୁର୍ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କୁ ଟାଙ୍ଗୀ ଡାକ୍ତରଖାନାକୁ ନେଇଥିବା ବେଳେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related posts