
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଆନ୍ଧ୍ରପ୍ରଦେଶ ବିଜୟନଗରମ ଅଞ୍ଚଳର ମାରିସାରଳା ପ୍ରସାଦ (୨୭)।
ଅଭିଯୁକ୍ତ ଜଣକ ଖଲିକୋଟ ରେଳ ଷ୍ଟେସନରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥୁବା ବେଳେ ବାଲୁଗାଁ ଆରପିଏଫ ଟିମ ତାଙ୍କ ତଲାସି ନେଇଥିଲା। ତଲାସି ବେଳେ ଅଭିଯୁକ୍ତଙ୍କ ନିକଟରୁ ୩ ଗୋଟି ସ୍ମାର୍ଟ ଫୋନ ଜବତ କରାଯାଇଥିଲା। ଉକ୍ତ ମୋବାଇଲ ଫୋନ ବିଭିନ୍ନ ଟ୍ରେନ ପାସେଞ୍ଜରଙ୍କ ଠୁ ଲୁଟିଥିଲେ। ତାଙ୍କ ବିରୁଦ୍ଧରେ ବ୍ରହ୍ମପୁର ଜିଆରପି ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।
ଜବତ ମୋବାଇଲ ଗୁଡିକର ମୂଲ୍ୟ ହାରାହାରି ୨୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି।