Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ: ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ବିଶାଳକାୟ ଅଜଗର, ଦେଖନ୍ତୁ ଭିଡ଼ିଓ
ଆଞ୍ଚଳିକ

ଟାଙ୍ଗୀ: ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ବିଶାଳକାୟ ଅଜଗର, ଦେଖନ୍ତୁ ଭିଡ଼ିଓ

September 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ରେଞ୍ଜ ବଡ଼ ପୋଖରୀଆ ଗୋଡି ଗାଁରେ ଏକ ବିରାଟ କାୟ ଅଜଗର ସାପ ଉଦ୍ଧାର ହୋଇଛି। ଅଜଗରକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଖାଦ୍ୟ ଖାଇବାକୁ ଆସି ବଡ଼ ପୋଖରୀଆ ଗୋଡି ଗାଁରେ ବିରାଟକାୟ ଅଜଗର ପଶି ଆସିଥିଲା। ଧାନ ବିଲରେ ଷଣ୍ଢ ଘଉଡ଼ାଇବାକୁ ଯାଇଥିବା ଜଣେ ଚାଷୀ ଘରକୁ ଫେରୁଥିବା ବେଳେ ଅଜଗରକୁ ଗାଁ ରାସ୍ତାରେ ବୁଲୁଥିବାର ଦେଖିଥିଲେ।  ଏହା ପରେ ଗାଁ ଲୋକଙ୍କୁ ସେ ଖବର ଦେଇଥିଲେ।

https://thesamikhsya.com/odia/wp-content/uploads/2023/09/WhatsApp-Video-2023-09-05-at-06.57.04.mp4

ଗାଁ ଲୋକଙ୍କ ଠାରୁ ଖବର ପାଇ କାଳୁପଡା ଘାଟର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂର୍ଯ୍ୟ ନାରାୟଣ ନାଥ ଗୋଡି ଗାଁରେ ପହଁଚି ଅଜଗରକୁ ଧରିବାରେ ସଫଳ ହୋଇଥିଲେ। ଅଜଗରକୁ ଧରି ନିଜ ଗାଡ଼ିରେ ଆଣି ସେ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଅଜଗରକୁ ପରୀକ୍ଷା ନିରୀକ୍ଷା କରିବା ପରେ ଅଜଗର ସୁସ୍ଥ ଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି। ଅଜଗରର ଲମ୍ବା ୧୫ ଫୁଟ ହୋଇଥିବା ବେଳେ ତାହାର ଓଜନ ୨୬ କିଲୋ ଗ୍ରାମ ବୋଲି ଜଣା ପଡିଛି। ଆଜି ପଟିଆ ଜଙ୍ଗଲରେ ଅଜଗରକୁ ଛାଡି ଦିଆଯିବ ବୋଲି ରେଞ୍ଜର କହିଛନ୍ତି।

ଅଜଗର ସାପ ଟାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.