Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହାଙ୍ଗା ପଡ଼ିଲା ବାଣପୁର ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା: ବନ୍ଧାହେଲେ ଅଭିଯୁକ୍ତ
ଆଞ୍ଚଳିକ

ମହାଙ୍ଗା ପଡ଼ିଲା ବାଣପୁର ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା: ବନ୍ଧାହେଲେ ଅଭିଯୁକ୍ତ

September 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ମହାଙ୍ଗା ପଡ଼ିଲା ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା। ବନ୍ଧାହେଲେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଡାକ ପ୍ରଧାନ।

ପୋଲିସ ସୂଚନା ମୁତାବକ ଗତ ୨୧ ତାରିଖ ଅପରାହ୍ନରେ ଅଭିଯୁକ୍ତ ଡାକ ବାଣପୁର ଉପନିବନ୍ଧକ ରମେଶ ଚନ୍ଦ୍ର ପାଣିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଏବଂ ତାଙ୍କ କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସମ୍ପୃକ୍ତ କାର୍ଯ୍ୟାଳୟକୁ ପେଟ୍ରୋଲରେ ଜାଳିଦେବେ ବୋଲି ଧମକ ଦେଇଥିଲେ।

ଏପରିକି ଅଭିଯୁକ୍ତ ଜଣକ କର୍ମଚାରୀମାନଙ୍କୁ ଧକ୍କା ବିଧା ମାରିବାରୁ ତାଙ୍କୁ କର୍ମଚାରୀ ମାନେ କାର୍ଯ୍ୟାଳୟରୁ ବାହାର କରି ଗ୍ରିଲ ପକାଇଦେଇଥିଲେ। ତେବେ ଅଫିସ୍ କାର୍ଯ୍ୟ ଶେଷକରି ସମସ୍ତ କର୍ମଚାରୀ ନିଜ ନିଜ ଘରକୁ ଫେରିଯିବା ପରେ ପୁନଶ୍ଚ ଅଭିଯୁକ୍ତଜଣଙ୍କ ସଂଧ୍ୟା ୮ଟା ୩୦ ମିନିଟ୍‌ରେ ଅଫିସ ନିକଟକୁ ଆସି ଅଫିସ୍ ଗେଟ ଗ୍ରିଲକୁ ବଡ ମାଙ୍କଡା ପଥର ଓ ପ୍ଲାଷ୍ଟିକ ଟ୍ରେ ଆଣି ଗ୍ରିଲକୁ ଭାଙ୍ଗି ଅଫିସ୍ ଗୃହରେ ଅଘଟଣ ଘଟାଇବାକୁ ଚେଷ୍ଟା କରିଥିଲେ। ବିଭିନ୍ନ କାଚ ବୋତଲ ଭାଙ୍ଗି ଅଫିସ ଗୃହ ମଧ୍ୟକୁ ମଧ୍ୟ ଫିଙ୍ଗିଥିଲେ। ଫଳରେ ଅଫିସ୍‌ର ପଶ୍ଚିମ ପାର୍ଶ୍ଵ କାଚ ଝରକା ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି ଏବଂ ସାମ୍ନାପଟ ଗ୍ରିଲ ବଙ୍କା ହୋଇଯାଇଛି।

ଏ ସବୁ ଘଟଣାର ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ଉପନିବନ୍ଧକଙ୍କୁ ଶ୍ରୀ ପାଣି ବାଣପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଗୁରୁତର ସହ ନେଇ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

ରାଜ୍ୟ ଏନ.ଏସ.ଏସ ଶାଖା ପକ୍ଷରୁ “ଓଡ଼ିଶା ଦର୍ଶନ” ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ

January 29, 2026

ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର

January 29, 2026

e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

January 29, 2026
Latest News

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026

ଆଇଆରଏଡିଇ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

January 29, 2026

ମେଧା ପାଟକରଙ୍କ ମାନହାନି ମାମଲା: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ବଡ଼ ଆଶ୍ୱସ୍ତି ଦେଲେ କୋର୍ଟ

January 29, 2026

ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍

January 29, 2026

କେନ୍ଦ୍ର ସରକାରଙ୍କୁ ଝଟକା!: ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.