Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହାଙ୍ଗା ପଡ଼ିଲା ବାଣପୁର ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା: ବନ୍ଧାହେଲେ ଅଭିଯୁକ୍ତ
ଆଞ୍ଚଳିକ

ମହାଙ୍ଗା ପଡ଼ିଲା ବାଣପୁର ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା: ବନ୍ଧାହେଲେ ଅଭିଯୁକ୍ତ

September 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ମହାଙ୍ଗା ପଡ଼ିଲା ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା। ବନ୍ଧାହେଲେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଡାକ ପ୍ରଧାନ।

ପୋଲିସ ସୂଚନା ମୁତାବକ ଗତ ୨୧ ତାରିଖ ଅପରାହ୍ନରେ ଅଭିଯୁକ୍ତ ଡାକ ବାଣପୁର ଉପନିବନ୍ଧକ ରମେଶ ଚନ୍ଦ୍ର ପାଣିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଏବଂ ତାଙ୍କ କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସମ୍ପୃକ୍ତ କାର୍ଯ୍ୟାଳୟକୁ ପେଟ୍ରୋଲରେ ଜାଳିଦେବେ ବୋଲି ଧମକ ଦେଇଥିଲେ।

ଏପରିକି ଅଭିଯୁକ୍ତ ଜଣକ କର୍ମଚାରୀମାନଙ୍କୁ ଧକ୍କା ବିଧା ମାରିବାରୁ ତାଙ୍କୁ କର୍ମଚାରୀ ମାନେ କାର୍ଯ୍ୟାଳୟରୁ ବାହାର କରି ଗ୍ରିଲ ପକାଇଦେଇଥିଲେ। ତେବେ ଅଫିସ୍ କାର୍ଯ୍ୟ ଶେଷକରି ସମସ୍ତ କର୍ମଚାରୀ ନିଜ ନିଜ ଘରକୁ ଫେରିଯିବା ପରେ ପୁନଶ୍ଚ ଅଭିଯୁକ୍ତଜଣଙ୍କ ସଂଧ୍ୟା ୮ଟା ୩୦ ମିନିଟ୍‌ରେ ଅଫିସ ନିକଟକୁ ଆସି ଅଫିସ୍ ଗେଟ ଗ୍ରିଲକୁ ବଡ ମାଙ୍କଡା ପଥର ଓ ପ୍ଲାଷ୍ଟିକ ଟ୍ରେ ଆଣି ଗ୍ରିଲକୁ ଭାଙ୍ଗି ଅଫିସ୍ ଗୃହରେ ଅଘଟଣ ଘଟାଇବାକୁ ଚେଷ୍ଟା କରିଥିଲେ। ବିଭିନ୍ନ କାଚ ବୋତଲ ଭାଙ୍ଗି ଅଫିସ ଗୃହ ମଧ୍ୟକୁ ମଧ୍ୟ ଫିଙ୍ଗିଥିଲେ। ଫଳରେ ଅଫିସ୍‌ର ପଶ୍ଚିମ ପାର୍ଶ୍ଵ କାଚ ଝରକା ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି ଏବଂ ସାମ୍ନାପଟ ଗ୍ରିଲ ବଙ୍କା ହୋଇଯାଇଛି।

ଏ ସବୁ ଘଟଣାର ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ଉପନିବନ୍ଧକଙ୍କୁ ଶ୍ରୀ ପାଣି ବାଣପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଗୁରୁତର ସହ ନେଇ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026

ଦୋକାନ ବୋର୍ଡ ଲଗାଇବା ବେଳେ ଦୁର୍ଘଟଣା: ବିଦ୍ୟୁତ ଆଘାତରେ ଯୁବକଙ୍କ ପ୍ରାଣହାନୀ

August 19, 2026
Latest News

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.